31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶ୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଏମିତି କରନ୍ତୁ ଆଧାର କାର୍ଡ

୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଏମିତି କରନ୍ତୁ ଆଧାର କାର୍ଡ

ନୁଆଦିଲ୍ଲୀ: ଅଧିକାଂଶ ଲୋକଙ୍କୁ ଜଣାନାହିଁ ଯେ, ଛୋଟ ପିଲାଙ୍କର ବି ଆଧାର କାର୍ଡ ଆବଶ୍ୟକ ରହିଥାଏ । ଯଦି ଆପଣଙ୍କ ପିଲାର ବୟସ ୫ ବର୍ଷରୁ କମ୍‌, ତେବେ ଆପଣଙ୍କୁ ବି ତାଙ୍କ ପାଇଁ ଆଧାର କାର୍ଡ ବନାଇବା ଦରକାର । ତାହା ହେଉଛି ନୀଳ ରଂଗର କାର୍ଡ, ଯାହାକୁ ବାଲ୍ ଆଧାର କାର୍ଡ କୁହାଯାଏ । ଯେତେବେଳେ ପିଲାଙ୍କ ବୟସ ୫ ବର୍ଷରୁ ଅଧିକ ହେବ, ସେତେବେଳେ ଏହି କାର୍ଡ ଅବୈଧ ହୋଇଯିବ । ଅବୈଧ ହେବାପରେ ପିଲାଙ୍କୁ ପୁଣିଥରେ ନୂଆ ଆଧାର କାର୍ଡ ବନେଇବାକୁ ପଡିବ , ଯେଉଁଥିପାଇଁ ବାୟୋମେଟ୍ରିକ କରାଇବାକୁ ପଡିବ ।
ବାଲ୍ ଆଧାର କାର୍ଡରେ ବାୟୋମେଟ୍ରିକ ହୁଏନାହିଁ । କାରଣ ଛୋଟ ପିଲାଙ୍କ ମଧ୍ୟରେ ବାୟୋମେଟ୍ରିକ ଡେଭଲଅପ ହୋଇନଥାଏ । ସେହି ଜାଗାରେ ପିଲାଙ୍କ ବାପାମାଙ୍କର ଦସ୍ତାବିଜ ଲଗାଯିବ । ଏଥିପାଇଁ ଆବେଦକ ଭାରତୀୟ ନିବାସୀ ହେବା ଦରକାର । ଏହାସହିତ ଜନ୍ମ ପ୍ରମାଣ ପତ୍ର, ମାତା ପିତାଙ୍କ ଆଧାର କାର୍ଡ, ମୋବାଇଲ ନମ୍ବର, ଓ ପିଲାର ପାସପୋର୍ଟ ସାଇଜ ଫଟୋ ଆବଶ୍ୟର ପଡିବ ।
ସର୍ବପ୍ରଥମେ ଆବେଦକ ୟୁଆଇଡିଏଆଇ ସାଇଟକୁ ଯାଇ ହୋମ ପେଜରେ ଗେଟ ଆଧାରରୁ ବୁକ୍ ଆନ ଆପଏଣ୍ଟମେଣ୍ଟ ଉପରେ କ୍ଲିକ କରିବାକୁ ହେବ । ପେଜ ଖୋଲିବା ପରେ ଆପଣଙ୍କୁ ନିଜ ରାଜ୍ୟ, ଜିଲ୍ଲା ଓ ଆଧାର କେନ୍ଦ୍ର ଚୟନ କରି ନିଜ ଆପଏଣ୍ଟମେଣ୍ଟ ବୁକ କରିବାକୁ ହେବ । ଏହାପରେ ନିଜ ମୋବାଇଲ ନମ୍ବର ଦେଇ ଓଟିପି ଦେବା ପରେ ଆପଏଣ୍ଟମେଣ୍ଟ ତାରିଖ ବୁକ କରିବାକୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking