28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମେଘାଳୟ ଗୃହମନ୍ତ୍ରୀଙ୍କ କାର୍‌କେଡ୍‌ରେ ସାମିଲ କାର୍ ଧକ୍କାରେ ଜଣେ ମୃତ

ମେଘାଳୟ ଗୃହମନ୍ତ୍ରୀଙ୍କ କାର୍‌କେଡ୍‌ରେ ସାମିଲ କାର୍ ଧକ୍କାରେ ଜଣେ ମୃତ

ଶିଲଂ : ମେଘାଳୟ ଗୃହମନ୍ତ୍ରୀ ଏଲ୍ ରିମ୍‌ବୁଇଙ୍କ କାର୍‌କେଡ୍‌ର ଏକ କାର୍ ଧକ୍କାରେ ଜଣେ ମୋଟରସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ରାଜ୍ୟ ପୁଲିସର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଗୁରୁବାର ଗୃହମନ୍ତ୍ରୀ ରିମ୍‌ବୁଇ ଆଇନଶୃଙ୍ଖଳା ଉପରେ ହେବାକୁ ଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବାକୁ ଯାଉଥିବା ବେଳେ ଖେଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୪ରେ ବିପରୀତ ଦିଗରୁ ଆସୁଥିବା ଏକ ମୋଟରସାଇକେଲ୍ କାର୍‌କେଡ୍‌ର ଏକ କାର୍‌କୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ମୋଟରସାଇକେଲ୍ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇଷ୍ଟ ଗାରୋ ହିଲ୍ସ ଏସ୍‌ପି କହିଛନ୍ତି । ଆହତଙ୍କର ହସ୍ପିଟାଲ୍‌ରେ ଚିକିତ୍ସା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking