28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଦିଲ୍ଲୀ ପରେ ପଞ୍ଜାବରୁ ଆଇଇଡି ଜବତ

ଦିଲ୍ଲୀ ପରେ ପଞ୍ଜାବରୁ ଆଇଇଡି ଜବତ

ନୂଆଦିଲ୍ଲୀ :  ଶୁକ୍ରବାର ଜାତୀୟ ରାଜଧାନୀ ଦିଲ୍ଲୀର ଗାଜିପୁରରୁ ବିସ୍ଫୋରକ ଜବତ ହେବା ପରେ ପଞ୍ଜାବର ୱାଘା-ଅଟାରୀ ସୀମାରେ ଥିବା ଏକ ଗାଁରୁ ୫ କେଜି ଓଜନର ଆଇଇଡି ସହ ଏକ ଲକ୍ଷ ଟଙ୍କାର ଭାରତୀୟ ମୁଦ୍ରା ଜବତ କରାଯାଇଛି । ପଞ୍ଜାବ ଏସ୍‌ଟିଏଫ୍ ଏଆଇଜି ଯଶପାଲ୍ ସିଂହ ଏହି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବିସ୍ଫୋରକ ଥିôବା ବ୍ୟାଗ୍‌ରୁ ୨.୭ କେଜି ଆର୍‌ଡିଏକ୍ସ, ୧.୩ କେଜି ଆଇରନ୍ ବଲ୍‌, କୋଡେକ୍ସ ତାର, ଇଲେକ୍ଟ୍ରିକ୍ ଡେଟୋନେଟର୍‌, ଡିଜିଟାଲ୍ ଟାଇମର୍ ମିଳିଥିବା ବର୍ଡର୍ ରେଞ୍ଜ୍ ଆଇଜି ମୋହନୀଶ ଚାୱଲା କହିଛନ୍ତି । ଏହି ଆଇଇଡି ଉଚ୍ଚ ତୀବ୍ରତାର ଥିଲା ବୋଲି ସେ କହିଛନ୍ତି ।

ଏ ସମ୍ପର୍କରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଶୁକ୍ରବାର ସକାଳ ୧୦ଟା ୨୦ ମିନିଟ୍ ବେଳେ ରାଜଧାନୀ ଦିଲ୍ଲୀର ଗାଜିପୁର ବର୍ଡର୍‌ରେ ଥିବା ଫୁଲ ମାର୍କେଟ୍‌ର ଏକ ନମ୍ବର ଗେଟ୍ ନିକଟରୁ ଏକ ପରିତ୍ୟକ୍ତ ବ୍ୟାଗ୍‌ରୁ ବିସ୍ଫୋଟକ ଜବତ ହୋଇଥିଲା । ଖବର ପାଇ ଦିଲ୍ଲୀ ପୁଲିସ ସ୍ପେଶାଲ୍ ସେଲ୍ ପ୍ରଥମେ ସେଠାରେ ପହଞ୍ଚିଥିଲା । ଏହାପରେ ଏନ୍‌ଏସ୍‌ଜି ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ସେଗୁଡ଼ିକ ନିଷ୍କ୍ରିୟ କରି ଦେଇଥିଲେ । ବ୍ୟାଗ୍‌ରେ ଦେଢ଼ରୁ ଦୁଇକେଜି ଓଜନ ଆମୋନିୟମ୍ ନାଇଟ୍ରେଟ୍ ଓ ଆର୍‌ଡିଏକ୍ସ ପରିବା ବିସ୍ଫୋରକ ଥିବା ସନ୍ଦେହ କରାଯାଉଛି । ଦିଲ୍ଲୀ ପୁଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking