ଯାଜପୁର : ପୁଣି ୫୩ ନଂ ଜାତୀୟ ରାଜପଥରେ ଦୁର୍ଘଟଣା। ଦୁର୍ଘଟଣା ନେଇଛି ଆଉ ଏକ ଯୁବକର ଜୀବନ। ଆଜି ଅପରାହ୍ନରେ ଏହି ଜାତୀୟ ରାଜପଥର ଚଣ୍ଡିଖୋଲ ନିକଟ ଚାରବାଟିଆ ଛକ ନିକଟରେ ଟ୍ରାକ୍ଟର ଧକାରେ ସ୍କୁଟି ଚାଳକର ମୃତ୍ୟୁ । ମୃତ ଯୁବକ ହେଲେ ବଡ଼ଚଣା ଥାନା ଧାନମଣ୍ଡଳ ଗ୍ରାମର ଯୋଗୀ ପାତ୍ରଙ୍କ ପୁଅ ସମୀର ରଂଜନ ପାତ୍ର (୨୫) ବୋଲି ଜଣାପଡିଛି । ସମୀର କୌଣସି କାମରେ ନିଜ ସ୍କୁଟିରେ ଯାଉଥିବା ବେଳେ ଏକ ଟ୍ରାକ୍ଟର ତାଙ୍କ ଉପରକୁ ମାଡିଯାଇ ରାସ୍ତା ତଳକୁ ଘୋଷାରି ନେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।
ଖବର ପାଇ ବଡ଼ଚଣା ପୋଲିସ ସେଠାରେ ପହଁଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।