30.1 C
Bhubaneswar
Wednesday, April 24, 2024
Homeଓଡିଶାଦ୍ୱନ୍ଦରେ ପ୍ରଶାସନ,ଅକର୍ମଣ୍ୟ ପୌରପାଳିକା : କରୋନାର ମୁକାବିଲା ହେବ କିପରି..!

ଦ୍ୱନ୍ଦରେ ପ୍ରଶାସନ,ଅକର୍ମଣ୍ୟ ପୌରପାଳିକା : କରୋନାର ମୁକାବିଲା ହେବ କିପରି..!

ବଲାଙ୍ଗିର,- ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଛି । ଏ ରୋଗର ଔଷଧ ଏ ପର୍ଯ୍ୟନ୍ତ ଠାବ ହୋଇନଥିବା ବେଳେ ଗବେଷଣା ରତ ବୈଜ୍ଞାନିକ ଓ ଡାକ୍ତରମାନେ ସ୍ୱଚ୍ଛତା, ସଚେତନତା ତଥା ରୋଗିର ଏକାନ୍ତତାକୁ ଏହି ମାହାମାରୀ ବିପକ୍ଷରେ ମୁଖ୍ୟ ଅସ୍ତ୍ର ରୁପେ ସର୍ବତ୍ର ଗ୍ରହଣ କରିବାକୁ ପରାମର୍ଶ ଦେଉଛନ୍ତି । ସେହିକ୍ରମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ନିର୍ଦ୍ଦେଶାବଳି ଜାରି କରିଛନ୍ତି । ଯେଉଁଥିରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଏହି ପରିପ୍ରେକ୍ଷିରେ ବଲାଙ୍ଗିର କଥା ଚିନ୍ତା କଲେ ବଲାଙ୍ଗିର ମ୍ୟୁନିସିପାଲିଟିର ଅକର୍ମଣ୍ୟତା ଯୋଗୁଁ ସହରବାସୀ ଚିନ୍ତା ଜନକ ପରିସ୍ଥିତିରେ ବସବାସ କରୁଛନ୍ତି । ସହରର ଯୁଆଡେ ଦେଖିଲେ ସିଆଡେ ଗଦା ଗଦା ମଇଳା, ମଇଳା ପାଣିରେ ଭର୍ତ୍ତି ନାଳି ସହରବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦ୍ୱିଗୁଣିତ କରୁଛି । ଯେତେବେଳେ ସାରା ବିଶ୍ୱ ସ୍ୱଚ୍ଛତା ଓ ପରିଛନ୍ନତାକୁ କରୋନା ବିରୋଧରେ ମୁଳମନ୍ତ୍ର ରୁପେ ଗ୍ରହଣକରିଛି ସେତେବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଏପର୍ଯ୍ୟନ୍ତ ସହରର ସ୍ୱଚ୍ଛତା ଓ ପରିଛନ୍ନତା ଉପରେ କୌଣସି ପଦକ୍ଷେପ ନେଇ ନାହିଁ । ସହରର ଏଭଳି ଅବସ୍ଥାରେ ଚିନ୍ତାପ୍ରକଟ କରିବା ସହ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏ ଦିଗରେ ହସ୍ତକ୍ଷେପ କରିବା ପାଇଁ ଆଜି ବଲାଙ୍ଗିର ବାର ଏସୋସିଏନ୍‌ର ସଭାପତି ପ୍ରମୋଦ ତ୍ରିପାଠିଙ୍କ ନେତୃତ୍ୱ ରେ ଏକ ଦଳ ଜିଲ୍ଲାପାଳଙ୍କୁ ଭେଟି ଏସବୁ ଉପରେ ଚର୍ଚ୍ଚା କରିବା ସହ ଏକ ପତ୍ର ପ୍ରଦାନ କରିଛନ୍ତି । ଯାହର ଅବିକଳ ନକଲ ରାଜ୍ୟର ମୁଖ୍ୟ ମନ୍ତ୍ରୀ, ୫ଟି ସଚିବ ତଥା ମ୍ୟୁନିସିପଲିଟି ଡାଇରେକ୍ଟରଙ୍କୁ ମଧ୍ୟ ପଠା ଯାଇଛି । ବାର ସଭାପତିଙ୍କ ବ୍ୟତିତ ଉପସଭାପତି ବାସୁଦେବ ବାରିକ, ସଂପାଦକ ଅମନ ନାଗ, ଯୁଗ୍ମ ସଂପାଦକ ରଶ୍ମି ରଞ୍ଜନ ପଣ୍ଡା, ଜଗନ୍ନାଥ ଆଚାର୍ଯ୍ୟ, ଭାବାନୀ ଶତପଥୀ,ଅମରେଶ ତ୍ରିପାଠି, ରାଜେନ୍ଦ୍ର ମିଶ୍ର ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ ।
ଏଠାରେ ପ୍ରକାଶଯୋଗ୍ୟ ଯେ, ଏଭଳି ଘଡିସନ୍ଧି ସମୟରେ ଅବସ୍ଥା ମୁତାବକ ବ୍ୟବସ୍ଥା ହେବା ଆବଶ୍ୟକ । କିନ୍ତୁ ଜିଲ୍ଲା ପ୍ରଶାସନ ପାଖରେ ନିଜ ଜିଲ୍ଲାରେ ଏହି ପରିସ୍ଥିତି ମୁକାବିଲା ପାଇଁ କିଛି ସ୍ୱତନ୍ତ ନିତି ନଥିବା ବେଳେ ପ୍ରଶାସନ କେବଳ ଜିଲ୍ଲାରେ ସରକାରୀ ନିର୍ଦ୍ଦେଶାବଳିକୁ ଲାଗୁ କରାଯାଉଥିବା ଭଳି ଦେଖାଇବାରେ ବ୍ୟସ୍ତ ଜଣାପଡୁଛି । କେବଳ ୨୪ଘଣ୍ଟା ପାଇଁ ଜିଲ୍ଲାରେ ୧୪୪ଜାରୀ କରିବା ପରେ ସଦର ମହକୁମାରେ ଏହାର ପାଳନ ନହେବା ନେଇ ପ୍ରଶାସନର କୌଣସି ପଦକ୍ଷେପ ନ ନେବା ଏହାର ପ୍ରମୁଖ ଉଦାହରଣ । ସେହିପରି ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗୋଟିଏ ଦଳ ଯାଇ କିଛି ସପିଂ ମଲକୁ ଯାଇ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରେ ଠିକ ପରଦିନ ଏହି ନିର୍ଦ୍ଦେଶକୁ ଫେରେଇ ନେଇ ପୁଣି ମଲଗୁଡିକୁ ଖୋଲିବା ପାଇଁ ଅନୁମତି ଦେବା ପ୍ରଶାସନର ସ୍ଥତିକୁ ନେଇ ଦ୍ୱନ୍ଦତାକୁ ପ୍ରଦର୍ଶନ କରୁଛି । ଆହୁରି ସହରର ସ୍ୱଚ୍ଛତା ଓ ପରିଚ୍ଛନ୍ନତା ଉପରେ ଏପଯ୍ୟନ୍ତ କୌଣସି ପଦକ୍ଷେପ ନ ନେବା ଜିଲ୍ଲା ପ୍ରଶାସନର ଦ୍ୱନ୍ଦତା ଲୋକଲୋଚନକୁ ଆଣୁଛି ବୋଲି ବାର ଏସୋସିଏସନ୍ ର ସଦସ୍ୟ ଭବାନୀ ଶତପଥି ଅଭିଯୋଗ କରିଛନ୍ତି । ସେହିପରି ସର୍ବତ୍ର ଜନ ଗହଳିକୁ ପରିହାର କରାଯାଉଥିବାବେଳେ ବଲାଙ୍ଗିର କୋର୍ଟ କଚେରିରେ ହେଉଥିବା ଜନଗହଳିକୁ କିପରି କମ୍ କରାଯାଇ ପାରିବ ତାହାକୁ ନେଇ ବାର ଏସୋସିଏସନ ସ୍ଥାନିୟ ଜିଲ୍ଲା ଜଜ୍‌ଙ୍କ ମଧ୍ୟ ସହେଯାଗ ଲୋଡିଛନ୍ତି । ତେବେ ଆବଶ୍ୟକ ହେଲେ ଉଚ୍ଚତମ ନ୍ୟାୟାଳୟଙ୍କ ମଧ୍ୟ ସହେଯାଗ ଲୋଡାଜିବ ବୋଲି ସଭାପତି ଶ୍ରୀ ତ୍ରିପାଠି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking