28.1 C
Bhubaneswar
Thursday, March 28, 2024
Homeଓଡିଶାଜିଲ୍ଲାପ୍ରଶାସନକୁ ଲୋକାୟୁକ୍ତ ଭୟ, ୮ ଦିନ ମଧ୍ୟରେ ଦୁଇ ଥର ଜିଲ୍ଲାପାଳଙ୍କ ନଗଡ଼ା ଗସ୍ତ

ଜିଲ୍ଲାପ୍ରଶାସନକୁ ଲୋକାୟୁକ୍ତ ଭୟ, ୮ ଦିନ ମଧ୍ୟରେ ଦୁଇ ଥର ଜିଲ୍ଲାପାଳଙ୍କ ନଗଡ଼ା ଗସ୍ତ

ଯାଜପୁର : ଆସନ୍ତା ୨୪ ତାରିଖରେ ନଗଡ଼ା ଗସ୍ତରେ ଆସୁଛନ୍ତି ଲୋକାୟୁକ୍ତ । ୩ ବର୍ଷ ମଧ୍ୟରେ ଜନଜାତି ଜୁଆଙ୍ଗ ମାନଙ୍କ ପାଇଁ ହୋଇଥିବା ଖର୍ଚ୍ଚ ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ତଦାରକ କରିବେ । ଏହି ଗସ୍ତକୁ ନେଇ ଏବେ ଜିଲ୍ଲାପ୍ରଶାସନଙ୍କ ନିଦ ହଜିଯାଇଛି । ଯାହାକି ୮ ଦିନ ମଧ୍ୟରେ ନଗଡ଼ା ଅଚଂଳକୁ ଦୁଇ ଦିନ ଜିଲ୍ଲାପାଳଙ୍କ ଗସ୍ତରୁ ପ୍ରତ୍ୟେୟ ମାନ ହେଉଛି । ଗତ ୧୨ ତାରିଖରେ ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣୀ ନାୟକ ନଗଡ଼ା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟ ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିବା ସହ ନିଜେ ଶାବଳ ଧରି ମାଟି ଖୋଳି ଅପରିଷ୍କାର ପାଣି କୁ ଖାତ ମଧ୍ୟ କୁ ବାଟ କରିଥିଲେ । ସେପରି ନଗଡ଼ାକୁ ଯାଇଥିବା ରାସ୍ତା ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାରୁ ଗମନା ଗମନ ଠପ ହୋଇଯିବା ପରି ହୋଇଥିଲା । ବର୍ଷା ପାଣି ରାସ୍ତାରେ ଚାଲିଥିବାରୁ ଠାଏ ଠାଏ ଖାତ ହେବା ସହ ରାସ୍ତା ଉପରେ ମେଟାଂଲ ଉଠି ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ।

ଏହାର ମରାମତି ପାଇଁ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗସ୍ତ ସମୟରେ ନିର୍ଦେଶ ଦେଇ ଫେରିଥିଲେ । ରାଜସ୍ୱ ମନ୍ତ୍ରୀଙ୍କ ଗସ୍ତର ଏକ ମାସ ପରେ ମଧ୍ୟ ରାସ୍ତା ମରାମତି କାର୍ଯ୍ୟ ଆଖିଦୃଶିଆ ହୋଇନଥିବାରୁ ରାସ୍ତା ବିଭାଗ ଓ ଅନ୍ୟାନ୍ୟ ବିଭାଗ ଅଧିକାରୀ ମାନଙ୍କୁ ସମସ୍ତ କାର୍ଯ୍ୟ ଏକ ସପ୍ତାହରେ ଶେଷ କରିବାକୁ ତାଗିଦ କରିଥିଲେ । ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ଗସ୍ତର ୮ ଦିନ ଭିତରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପୁଣି ବୁଧବାର ଦିନ ନଗଡ଼ା ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମିକ୍ଷା କରିବା ସହ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏଥିରୁ ଜଣାପଡ଼ଉଛି ଲୋକାୟୁକ୍ତଙ୍କ ଗସ୍ତ ଭୟ ଜିଲ୍ଲାପ୍ରଶାସନକୁ ଘାରିଛି । ବୁଧବାର ଦିନ ଗସ୍ତ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ,କଳିଙ୍ଗନଗର ଉପଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର,ପିଆରଓ ସନ୍ତୋଷ କୁମାର ସେଠୀ,ସୁକିନ୍ଦା ବିଡ଼ିଓ ବିଶ୍ୱଜିତ ଦାସ ସହ ବହୁ ଅଧିକାରୀ ସାମିଲ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking