29.1 C
Bhubaneswar
Saturday, April 27, 2024
Homeଅପରାଧବିଷାକ୍ତ ମଦ ନେଲା ଜୀବନ

ବିଷାକ୍ତ ମଦ ନେଲା ଜୀବନ

ସଇଁନ୍ତଳା : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଧରବଗଡ ଗ୍ରାମ ସ୍ଥିତ ଖଣ୍ଡାଧୁଆ ଜୋର ଠାରେ କଳାକାର ଷାଣ୍ଢ (୫୬) ବର୍ଷ ଙ୍କ ମୃତ ଦେହ ପଡିରହିଥିବାର ଦେଖିବାକୁ ମିଳିଛି । ସେ ଗତ କାଲି ସକାଳ ଠାରୁ ରାତି ପର୍ଯ୍ୟନ୍ତ ନ ଫେରିବାରୁ ଖୋଜାଖୋଜି ପରେ ଦେଖି ବାକୁ ପାଇଁ ଥିଲେ ଏକ ନିଛା ଟିଆ ସ୍ଥାନରେ ମୃତ୍ୟୁ ଦେହ ପଡି ଥିବାର । ଏ ନେଇ ପୁଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇବା ପରେ ସଇଁନ୍ତଳା ଥାନା ଅଧିକାରୀ ବାରିଣୀ ଦାସଙ୍କ ନିର୍ଦ୍ଦେଶ କ୍ରମେ ବଡମାଳ ଫାଣ୍ଡି ଅଧିକାରୀ କୁନୁ ସାହୁ ଉପସ୍ଥିତ ରହି ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ । ତେବେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇଛନ୍ତି ।
ସଳଚନା ଅନୁଯାୟୀ, ପ୍ରତେକ ଦିନ ଏହି ବ୍ୟକ୍ତି ଜଣକ ମଦ୍ୟପାନ କରି ଘରକୁ ଫେରି ଆସେ । ହେଲେ ଗତ କାଲି ଘରକୁ ଫେରିନ ଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରିଥିଲେ । ତେବେ ମଦରୁ ଜୀବନ ଯାଇ ଥିବା ଗ୍ରାମବାସୀମାନେ ଆଲୋଚନା କରିଛନ୍ତି । କାରଣ ଏହାର ଠିକ ୧୫୦ ମିଟର ଦୁରତାରେ ଦେଶୀମଦର ବିରାଟ କାରଖାନା ରହିଛି ଯାହାକି ସରକାରୀ ମଦଭାଟି ଠାରୁ କୋଣସି ଗୁଣରେ କମନୁହେ । ଖୁଲମ ଖୁଲା ପ୍ରତିଦିନ ଶହଶହ କୁଇଣ୍ଟାଲ ମହୁଲରୁ ମଦ ପ୍ରସ୍ତୁତ ହେଉଥିଲେ ମଧ୍ୟ ଅବକାରୀ ବିଭାଗ ତଥା ପୋଲିସ ପ୍ରଶାସନର ଦୃଷ୍ଟି ନ ପଡିବା ଅସାଧୁ ବ୍ୟବସାୟୀ ଓ ପ୍ରଶାସନ ଭିତରେ ମଧୁ ଚନ୍ଦ୍ରିକା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କିନ୍ତୁ ଲକଡାଇନ ସମୟରେ ମଦ ବିକ୍ରି କରୁଥିବା ବେଳେ କିଭଳି ଅବକାରୀ ବିଭାଗ ପାଖରେ ଖବର ନାହିଁ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚି ସୃଷ୍ଟି ହେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking