39.1 C
Bhubaneswar
Tuesday, April 23, 2024
Homeଓଡିଶାକେନ୍ଦୁଗୁଡା ହତ୍ୟା, ୬ ଗିରଫ

କେନ୍ଦୁଗୁଡା ହତ୍ୟା, ୬ ଗିରଫ

ମାଲକାନଗିର : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପେଡାକୋଣ୍ଡା ପଂଚାୟତର କେନ୍ଦୁଗୁଡା ଗ୍ରାମର ଜଣେ ଛାତ୍ରଙ୍କୁ ହତ୍ୟା ଘଟଣାରେ ପୁଲିସ ଛଅଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଦେବା ମାଡକାମି, ଶୁକ୍ରା କବାସୀ, ଆଡମା ମାଡି, ବୁଦ୍ରା ମୁଚାକି, ଆଇତା କବାସୀ ଓ ରାମ ମାଡି । ଗତ ତିନିମାସ ମଧ୍ୟରେ ଅଜଣା ରୋଗରେ ୧୭ ଜଣ ମୃତ୍ୟୁବରଣ କରିଥିବା ବେଳେ ଏହି ମୃତ୍ୟୁ କିଛି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ମାନଙ୍କ ଦ୍ୱାରା ହେଉଥିବା ସନ୍ଦେହ କରି ସେହି ଗ୍ରାମର ଜଣେ ଛାତ୍ର ସମାରୁ ମାଡକାମିକୁ ଅତି ନିର୍ମମ ଭାବେ ହତ୍ୟା କରି ମାଟିରେ ପୋତି ଦେଇଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରା ଯାଇଛି ।
ସୂଚନା ଅନୁଯାୟୀ, ଗତ ୪ ତାରିଖ ଦିନ ରାତ୍ରରେ ଗିରଫ ବ୍ୟକ୍ତିମାନେ ସମାରୁ ମାଡକାମିଙ୍କୁ ରାତ୍ର ୧୧ ଘଟିକା ସମୟରେ ଗୋଟିଏ ବୈଠକ ଅଛି ବୋଲି ଡାକି ନେଇଥିଲେ । ପରେ ସେଦିନ ରାତ୍ର ୧୨ ଟା ସମୟରେ ତାଙ୍କ ଭାଇ ଉଙ୍ଗା ମାଡ଼କାମିଙ୍କୁ ମଧ୍ୟ ଏକ ନିକଟସ୍ଥ ଜଙ୍ଗଲକୁ ଡାକିନେଇଥିଲେ । କିନ୍ତୁ ଉଙ୍ଗା ତାଙ୍କ ହାତରେ ଅସ୍ତ୍ରଶସ୍ତ୍ର ଦେଖି ସେଠାରୁ ତାଙ୍କ କବଳରୁ ଖସିବାରେ ସଫଳ ହୋଇଥିବା ବେଳେ ତାଙ୍କ ଭାଇ ସମରା ମାଡକାମିଙ୍କ କୌଣସି ସନ୍ଧାନ ମିଳି ନଥିବା ଉଙ୍ଗା ମାଲକାନଗିରି ଥାନାରେ ଅଭି ଯୋଗ କରିଥିଲେ । ସେମାନେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଧର୍ମ ଅବଲମ୍ବନ କରିଥିବାରୁ ଉଙ୍ଗାଙ୍କ ତିନୋଟି ପରିବାରକୁ ସେହି ଗ୍ରାମର କିଛି ଗ୍ରାମବାସୀ ବିରୋଧ କରୁଥିଲେ । ମାଲକାନଗିରି ଥାନା ଆଇ.ଆଇ.ସି. ରାମପ୍ରସାଦ ନାଗ ଅଭିଯୋଗ ପାଇବା ପରେ ଉକ୍ତ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରି ମାଟି ତଳେ ପୋତା ଯାଇଥିବା ଶବକୁ ଉଦ୍ଧାର କରିଥିଲେ । ତଦନ୍ତ ବେଳେ ଅଭିଯୁକ୍ତଙ୍କ ବୟାନକୁ ଭିତି କରି ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking