28.1 C
Bhubaneswar
Saturday, April 27, 2024
Homeଅପରାଧଶାଳୀକୁ ପ୍ରେମ କରି ଭିଣୋଇ ଗିରଫ 

ଶାଳୀକୁ ପ୍ରେମ କରି ଭିଣୋଇ ଗିରଫ 

 
କଣ୍ଟାପଡ଼ା : ନିଜ ଶାଳୀକୁ ଏକ ତରଫା ପ୍ରେମ କରି ଭିଣୋଇ ଗିରଫ ହେବା ଭଳି ଅଭାବନୀୟ ଘଟଣା ଓଲଟପୁର ଥାନା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ, ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ ବାମନାଳ ଅଞ୍ଚଳର ସୁରେନ୍ଦ୍ର ବେହେରା ଓଲଟପୁର ଥାନା ଅନ୍ତର୍ଗତ ସଳେଇ ଅଞ୍ଚଳରେ ବିବାହ କରିଥିଲେ । ସମୟ କ୍ରମେ ନିଜ ଶାଳୀକୁ ଏକ ତରଫା ଭାବେ ପ୍ରେମ କରୁଥିଲେ । ଏପରିକି ଶାଳୀର ଏକାଧିକ ବିବାହ ପ୍ରସ୍ତାବକୁ ନାନା ଆଳ ଦେଖାଇ ଭାଙ୍ଗିଦେଉଥିଲେ । ଫଳରେ ଶାଳୀଙ୍କ ବିବାହ ହୋଇପାରୁନଥିଲା । ଏଥିରେ ଅତିଷ୍ଠ ହୋଇ ଶ୍ୱଶୁର ଘର ଲୋକେ ସ୍ଥାନୀୟ ଓଲଟପୁର ଥାନାରେ ସୁରେନ୍ଦ୍ରଙ୍କ ନାମରେ ଏତଲା ଦେଇଥିଲେ । ଏହାକୁ ଭିତ୍ତି କରି ପୋଲିସ ଏକ ମାମଲା (କେସ ନଂ. ୯୭/୧୯) ରୁଜୁ କରିବା ସହିତ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଗିରଫ କରିଥିବା ଆଇଆଇସି ଚିନ୍ମୟୀ ସାହୁ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking