29.1 C
Bhubaneswar
Saturday, April 27, 2024
Homeଓଡିଶାକୋଭିଡ ସଂକ୍ରମିତ ଚିହ୍ନଟ ପରେ ଓଏଚଆରସି କାର୍ଯ୍ୟାଳୟ ୨୫ ଯାଏଁ ବନ୍ଦ

କୋଭିଡ ସଂକ୍ରମିତ ଚିହ୍ନଟ ପରେ ଓଏଚଆରସି କାର୍ଯ୍ୟାଳୟ ୨୫ ଯାଏଁ ବନ୍ଦ

ଭୁବନେଶ୍ୱର: ଓଡ଼ିଶା ମାନବାଧିକାର କମିଶନ(ଓଏଚଆରସି)ଙ୍କ କାର୍ୟ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର କମିଶନଙ୍କ କାର୍ୟ୍ୟାଳୟକୁ ଆସନ୍ତା ୨୫ତାରିଖ ପର୍ୟ୍ୟନ୍ତ ଶଟଡାଉନ୍ ହୋଇଛି।
ରାଜ୍ୟ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କମିଶନଙ୍କ କାର୍ୟ୍ୟାଳୟରେ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଜାନୁୟାରୀ ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ କମିଶନଙ୍କ କାର୍ୟ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଶଟ୍ ଡାଉନ୍ ଘୋଷଣା କରାଯାଇଛି । ଯଦି ଏହି ଶଟଡାଉନ୍ ଅବଧି ମଧ୍ୟରେ କୌଣସି ଅତ୍ୟନ୍ତ ଜରୁରୀ ମାମଲା ଥିବ ତା’ହେଲେ ଭର୍ଚୁଆଲ ମୋଡରେ ତା’ର ଶୁଣାଣି କରାଯିବ । ଏହି ଅବଧି ମଧ୍ୟରେ କାର୍ୟ୍ୟାଳୟର ଇମେଲ୍ ମାଧ୍ୟମରେ ଅଭିଯୋଗ ଦାଖଲ ହୋଇପାରିବ । ଯଦି ଜରୁରୀ ଶୁଣାଣି ଆବଶ୍ୟକ ଥିବ ତା’ହେଲେ ଓଏଚଆରସି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କ ମୋବାଇଲ ନମ୍ବର-୯୪୩୭୦୯୨୬୩୨ ସହ ଯୋଗାଯୋଗ କରିବାକୁ କୁହାଯାଇଛି । କମିଶନ ଅଧ୍ୟକ୍ଷଙ୍କ ଅନୁମତିରେ ଜରୁରୀ ମାମଲାକୁ ବିଚାର ପାଇଁ ଗ୍ରହଣ କରାଯାଇ ଶୁଣାଣି କରାଯିବ । ଯେଉଁ ପକ୍ଷ ରାଜି ହେବେ ମାମଲାର ଭର୍ଚୁଆଲ ଶୁଣାଣି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking