29.1 C
Bhubaneswar
Saturday, April 27, 2024
Homeଓଡିଶାମହାତ୍ମା ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ନେଇ ଥାନାରେ ଏତଲା

ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ନେଇ ଥାନାରେ ଏତଲା

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନସ୍ଥ ଉମରକୋଟ ଗୁଳି ପାଟଣା ସାହିର ସତ୍ୟବ୍ରତ ସାମଲ ନାମକ ଜୈନିକ ବ୍ୟକ୍ତି ନିଜ ଫେସ୍ ବୁକ୍ ଆଡିରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଦାୟିତ୍ଵହିନ ଓ ବେପରୁଆ ଭାବେ କଟୁ ମନ୍ତବ୍ୟ ଦେବା ସହ ଗାନ୍ଧୀଙ୍କ ଚରିତ୍ରସଂହାର ପୂର୍ବକ ଅଶ୍ଳୀଳ ଇଂଗିତ କରି ଆପତ୍ତି ଜନକ ମନ୍ତବ୍ୟ ଦେଇ ରଙ୍ଗିଲା ଗାନ୍ଧୀ କହିବା ସହ ଗାନ୍ଧୀ ନିଜ ନାତୁଣୀ ମାନଙ୍କ ସହ ସହବାସ କରୁଥିଲେ ବୋଲି ସାମାଜିକ ଗଣ ମାଧ୍ୟମରେ ମନ୍ତବ୍ୟ ଦେବା ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇବ ସହ ଆଜି ଚନ୍ଦାହାଣ୍ଡିରେ କ୍ଷେମରାଜ ବାଘଙ୍କ ନେତୃତ୍ୱରେ ଏତଲା ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ମହାତ୍ମା ଗାନ୍ଧି ନିଜର ବ୍ରହ୍ମଚର୍ଯ୍ୟକୁ ପରୀକ୍ଷା କରିବାକୁ ଯାଇ ବହୁ ସମୟରେ ଉଲଗ୍ନ ରହୁଥିଲେ ଏଭଳି କି ନାତୁଣୀ ମାନଙ୍କ ସହ ଓ ଅନ୍ୟ ମହିଳା ସହକର୍ମୀ ମାନଙ୍କ ସହ ଶୋଇବା ସମୟରେ ମଧ୍ୟ ଉଲଗ୍ନ ରହୁଥିଲେ ବୋଲି ମନ୍ତବ୍ୟ ଦେଇଛନ୍ତି। ଏଭଳିକି ଗାନ୍ଧୀଙ୍କ ଚରିତ୍ରକୁ କଳା ଚରିତ୍ର ଭାବେ ଚିତ୍ରଣ କରି ଆକ୍ଷେପ କରିବାକୁ ମଧ୍ୟ ସେ ପଛାଇ ନାହାଁନ୍ତି ଯାହା ସଂପୂର୍ଣ୍ଣ ଭାବେ ଭିତ୍ତିହୀନ କଳ୍ପକଳ୍ପିତ ଏବଂ ଗାନ୍ଧୀଙ୍କ ଗରିମାକୁ କ୍ଷୁର୍ଣ୍ଣ କରିବା ସହ ତାଙ୍କ ଚରିତ୍ରକୁ କୁତ୍ସିତ କରିବା ଛଡ଼ା ଅନ୍ୟ କିଛି ନୁହେଁ। ଏଭଳିକି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ପଦବାଜ୍ୟ ନୁହେଁ ଏବଂ ଗାନ୍ଧୀ ଜଣେ କଲ ଚରିତ୍ରର ବ୍ୟକ୍ତି ଥିଲେ ବୋଲି କହିଛନ୍ତି ଯାହା ଗାନ୍ଧୀଙ୍କ ସମ୍ପର୍କରେ ଆଗାମୀ ପିଢ଼ିଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହୋଇଛି ଏବଂ ଭାରତୀୟ ଇତିହାସ କୁ କୁତ୍ସିତ କରିବା ସହ ଭାରତର ଜାତୀୟତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଯାହା ସଂପୂର୍ଣ୍ଣ ଭାବେ ଆଇନ୍ ସମ୍ମତ ନୁହେଁ। ମହାତ୍ମା ଗାନ୍ଧୀଙ୍କୁ ସାରା ବିଶ୍ଵରେ ଜଣେ ଆଦର୍ଶ ପୁରୁଷ ଓ ଅହିଂସାର ପୂଜାରି ଭାବେ ଗ୍ରହଣ କରୁଥିବାବେଳେ ଏଭଳି ଜଣେ ଖଳ ପ୍ରକୃତିର ବ୍ୟକ୍ତି ଗାନ୍ଧୀଙ୍କ ସମ୍ପର୍କରେ ଶସ୍ତା ଓ କଟୁ ମନ୍ତବ୍ୟ ଦେବା ଦୁର୍ଭାଗ୍ୟ ଜନକ ।ଏଥିସହ ନବରଙ୍ଗପୁର ଜିଲ୍ଲା ଭଳି ଏକ ଶାନ୍ତି ପ୍ରିୟ ତଥା ଭାଇଚାରା ସଂପନ୍ନ ଜିଲ୍ଲାରେ ସର୍ବଦା ସାମ୍ପ୍ରଦାୟିକ ଦଙ୍ଗାକୁ ଉସ୍କେଇଲା ଭଳି ମନ୍ତବ୍ୟ ଲଗାତାର ସୋସିଆଲ ମିଡ଼ିଆରେ ଦେଇଆସିଛି। ଏହାକୁ ବିରୋଧ କରି ଆଜି ଚନ୍ଦାହାଣ୍ଡି ରେ ଏକ ଶୋଭାଯାତ୍ରା ଥାନାରେ ପହଞ୍ଚି ଆଇନଜୀବି କ୍ଷେମରାଜ ବାଘ ଏକ ଲିଖିତ ଏତଲା ପ୍ରଦାନ କରି ତୁରନ୍ତ ଗିରଫ ଦାବି କରିଛନ୍ତି। ଏଥିରେ ହୁମେଶ୍ୱର ହଂସ,ମୋହନ ନାଗ,କୁବେର ନିଅାଲ୍,ଗଜେନ୍ଦ୍ର ମାଝୀ,ଜୟଦେବ ନୀଆଳ, ହେମପ୍ରସାଦ ଜଗତ,ହରେ କୃଷ୍ଣ ଦୁର୍ଗା,ଗୁଣ ଧର ନେତାମ୍,କମଳା କୈବର୍ତ୍ତ,ଗଜମନି,ଚନ୍ଦ୍ରକାନ୍ତି, ବାସନ୍ତୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking