39.1 C
Bhubaneswar
Friday, April 26, 2024
Homeଟେଲି ଦୁନିଆ‘ରିପବ୍ଲିକ୍ ଟିଭି’ କାର୍ଯ୍ୟକଳାପରେ ‘ବାର୍କ’ ମର୍ମାହତ

‘ରିପବ୍ଲିକ୍ ଟିଭି’ କାର୍ଯ୍ୟକଳାପରେ ‘ବାର୍କ’ ମର୍ମାହତ

ନୂଆଦିଲ୍ଲୀ: ବ୍ୟକ୍ତିଗତ ଏବଂ ଗୋପନୀୟ ପତ୍ରାବଳୀକୁ ପ୍ରଘଟ କରିବା ସହ ସେଗୁଡ଼ିକୁ ଭୁଲ୍‌ ଭାବେ ଉପସ୍ଥାପନ କରି ‘ରିପବ୍ଲିକ୍ ନେଟ୍‌ୱାର୍କ’ ଯେଉଁ ଭଳି କାର୍ଯ୍ୟ କରିଛି ସେଥିଯୋଗୁଁ ‘ବ୍ରଡ୍‌କାଷ୍ଟ୍‌ ଅଡିଏନ୍ସ୍‌ ରିସର୍ଚ କାଉନ୍‌ସିଲ୍‌’ (ବାର୍କ) ଖୁବ୍‌ ମର୍ମାହତ ହୋଇଛି। ଏକ ବିବୃତିରେ ‘ବାର୍କ’ କହିଛି, ଚାଲିଥିବା ତଦନ୍ତ ବିଷୟରେ ‘ବାର୍କ ଇଣ୍ଡିଆ’ କୌଣସି ମନ୍ତବ୍ୟ ଦେଇ ନାହିଁ। ଆଇନ ପ୍ରବର୍ତ୍ତନ ଏଜେନ୍‌ସିକୁ ‘ବାର୍କ’ ଆବଶ୍ୟକ ସହଯୋଗ ଯୋଗାଇ ଦେଉଛି। ‘ରିପବ୍ଲିକ୍ ନେଟ୍‌ୱାର୍କ’ ବିରୋଧରେ ମାମଲା କେବେ ରୁଜୁ ହୋଇନାହିଁ ଏବଂ ସେଥିରେ କୌଣସି ପ୍ରକାର ଅନୈତିକ କାର୍ଯ୍ୟ ହୋଇ ନାହିଁ ବୋଲି ‘ବାର୍କ’ ସୁନିଶ୍ଚିତ କରିଛି ବୋଲି ଆଜି ‘ରିପବ୍ଲିକ୍ ନେଟ୍‌ୱାର୍କ’ ଦାବି କରିଥିଲା। ଏଥିସହ ‘ରିପବ୍ଲିକ୍ ନେଟ୍‌ୱାର୍କ’ ‘ବାର୍କ’ ପଠାଇଛି ବୋଲି କୁହାଯାଉଥିବା ଏକ ଇ-ମେଲ୍‌ ମଧ୍ୟ ରିଲିଜ୍ କରିଥିଲା। ସେଥିରେ ଉଲ୍ଲେଖ ଥିଲା ଯେ, ରିପବ୍ଲିକ୍ ଟିଭି ‘ଟିଆର୍‌ପି’ ଜାଲିଆତି କରିବା କଥା ମିଛ ବୋଲି ମୁମ୍ବାଇ ପୁଲିସ କମିସନର୍‌ ପରମବୀର ସିଂହ ମନ୍ତବ୍ୟ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking