ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ

malakangiri hospital death

ମାଲକାନଗିରି :ମାଲକାନଗିରି ଜିଲ୍ଲାରେ ଚିକିତ୍ସା ଅବହେଳା ଯୋଗୁଁ ଜଣେ ରୋଗି ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଆଜି ମାଲକାନଗିରି ଜିଲ୍ଲା ଏମଭି 43 ର ଭୀମ ବିଶ୍ୱାସ କାମ କଲା ବେଳେ ହଟାତ ଛାତରୁ ଖସି ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇ ଥିଲା। ପ୍ରଥମେ କାଜୁଆଲଟି ରେ ରୋଗୀକୁ ଚିକିତ୍ସା କରାଇଥିଲେ। ଏକ ଘଣ୍ଟା ଅପେକ୍ଷା କରିବା ପରେ ଏକ୍ସରେ କାରଯାଇ ଥିଲା ଓ ଏକ୍ସରେ ରେ କିଛି ଜଣା ନ ପଡିବାରୁ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ୱାର୍ଡକୁ ରୋଗୀ ଯିବା ପରେ ରୋଗୀ ବାନ୍ତି କରିଥିଲେ। ବାନ୍ତି ହେବାରୁ ରୋଗୀଙ୍କ ସମ୍ପର୍କୀୟ ନର୍ସ କୁ ଡାକିବାକୁ ଯାଇଥିଲେ। କିନ୍ତୁ ନର୍ସ ଉପସ୍ଥିତ ଥିଲେ ମଧ୍ୟ ରୋଗୀଙ୍କ ପାଖକୁ ଯାଇ ନଥିଲେ। ରୋଗୀଙ୍କ ସମ୍ପର୍କୀୟ ଙ୍କ କହିବା ଅନୁଯାୟୀ ନର୍ସ ଙ୍କୁ ଡାକିବାକୁ ଯାଇଥିଲୁ ନର୍ସ ଆମକୁ ଖରାପ ବ୍ୟବହାର ଦେଖାଇଥିଲେ ଓ ସେମାନେ ମୋବାଇଲ ରେ ଲୁଡୁ ଖେଳୁଥିଲେ। ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବରଣ ହେବା ପରେ ରୋଗୀଙ୍କ ସମ୍ପର୍କୀୟ ଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ରୋଗୀଙ୍କ ମୃତ୍ୟୁବରଣରେ ମେଡିକାଲ କର୍ତ୍ତୃପକ୍ଷ, ନର୍ସ ଓ ଡାକ୍ତର ସିଧାସଳଖ ଦାୟୀ। ଭୀମଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଓ ଗ୍ରାମବାସୀମାନେ ମେଡିକାଲରେ ଉତ୍ତେଜନା କରିବା ସହ ଡାକ୍ତରଙ୍କୁ ଘେରିଛନ୍ତି। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଟାୟାର ଜାଳି ନ୍ୟାୟ ପାଇଁ ଓ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରିଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବି ନେଇ ତାଙ୍କ ସମ୍ପର୍କୀୟ ଓ ଅଞ୍ଚଳବାସୀ ବିକ୍ଷଭ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here