32.1 C
Bhubaneswar
Friday, April 26, 2024
Homeଓଡିଶା୧୩ ଜିଲ୍ଳାରେ ପ୍ରବଳ ବର୍ଷିବ, ସତର୍କ କରାଇଲେ ଏସ୍‌ଆରସି

୧୩ ଜିଲ୍ଳାରେ ପ୍ରବଳ ବର୍ଷିବ, ସତର୍କ କରାଇଲେ ଏସ୍‌ଆରସି

ଭୁବନେଶ୍ୱର :ଆଜି ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଳାରେ ବର୍ଷା ଆଶଙ୍କା ରହିଛି ।  ସୁନ୍ଦରଗଡ଼, ଦେଓଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୁୟଭଞ୍ଜ, ବାଲେଶ୍ୱର ଓ ଅନୁଗୁଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ସୋମବାର ବରଗଡ଼, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ଯାଯପୁରକୁ ବଜ୍ରପାତ, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି। ଏନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ସତର୍କ କରାଯାଇଥିବାବେଳେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ସମ୍ପୃକ୍ତ ଜିଲ୍ଳାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି ।

ଶନିବାର ବିଳମ୍ବିତ ରାତିରୁ ହିଁ ରାଜ୍ୟର ବିଭିନ୍ନ ଜିଲ୍ଲା ଯଥା- ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଅନୁଗୁଳ, ଢ଼େଙ୍କାନାଳ, ନୂଆପଡା, ସମ୍ବଲପୁର, ସୋନପୁର ଏବଂ ବଲାଙ୍ଗୀରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ରବିବାର ସନ୍ଧ୍ୟାରୁ ରାଜ୍ୟର ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ଏବଂ ଝଡ଼ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହଥିିବାରୁ ଏହି ସାତଟି ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି କରାଯିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ନିରାଶ୍ରୟଙ୍କୁ ବିପସଙ୍କୁଳ ସ୍ଥାନରୁ ସ୍ଥାନାନ୍ତରିତ କରିବା ସହ ଦୈନିକ ରିପୋର୍ଟ ପ୍ରଦାନ କରିବା ଓ ଯଦି କିଛି ଦୁର୍ଘଯଣା ଘଟୁଛି ସେଥିପ୍ରତି ନଜର ଦେବା ପାଇଁ ଏସ୍‌ଆରସି ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।

ସେହିପରି ସୋମବାର ରାଜ୍ୟର ବରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କଳାହାଣ୍ଡି, କୋରାପୁଟ ଏବଂ ରାୟାଗଡ଼ା ଜିଲ୍ଳାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ବଜ୍ରପାତ ହେବାର ସମ୍ଭାବନା ସହ କାଳବୈଶାଖୀର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା । ଅନେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବଜ୍ରପାତ ବର୍ଷା ହେବ । ଉପକୂଳ ଓଡିଶାରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ । ଭୁବନେଶ୍ୱରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ତାପମାତ୍ରା ୩୮ ଡିଗ୍ରୀ ପାଖାପାଖି ରହିବ । ଗତ ୨୪ ଘଣ୍ଟାରେ ମାଲକାନାଗିରିରେ ସର୍ବୋଚ୍ଚ ତାପମାତ୍ରା ୩୯.୦ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ପାରଦ ୩୮.୯ ଡିଗ୍ରୀ ସେଲ୍‌ସିଅସ୍ ରେକର୍ଡ ହୋଇଛଇ । ବାକି ସ୍ଥାନରେ ତାପମାତ୍ରା ସ୍ୱାଭାବିକ୍ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରଦତ୍ତ ସୂଚନାରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking