26.1 C
Bhubaneswar
Friday, March 29, 2024
Homeଓଡିଶାଲର୍ଣ୍ଣିଂ ଲାଇସେନ୍ସର ଅବଧି ବଢ଼ାଇଲେ ସରକାର

ଲର୍ଣ୍ଣିଂ ଲାଇସେନ୍ସର ଅବଧି ବଢ଼ାଇଲେ ସରକାର

ଭୁବନେଶ୍ୱର : ରାଜ୍ୟ ପରିବହନ ବିଭାଗ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସର ଅବଧି ବଢ଼ାଇଛି । ଆସନ୍ତା ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସର ଅବଧି ବଢ଼ିଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ଯେଉଁମାନେ ଲର୍ଣ୍ଣିଂ ଲାଇସେନ୍ସ ନେଇଛନ୍ତି ସେମାନେ ଫାଇନାଲ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଧାଡ଼ିରେ ଛିଡ଼ା ହେଉଥିବାର ଦେଖାଯାଉଛି । ହେଲେ କରୋନା ସଂକ୍ରମଣକୁ ନଜରରେ ରଖି ଯେଉଁମାନଙ୍କର ଅବଧି ୧୮ ମାର୍ଚ୍ଚ ୨୦୨୦ ରହିଛି, ସେମାନଙ୍କର ଅବଧି ଏବେ ଜୁନ୍ ୩୦ ଯାଏ ଘୁଞ୍ଚାଇବାକୁ ବିଭାଗ ନିଷ୍ପତ୍ତି ନେଇଛି । ତେଣୁ ଜୁନ ପରେ ଫାଇନାଲ ଡ୍ରାଇଭିଂ ପରୀକ୍ଷା ହେବ । କୋଭିଡକୁ ଦୃଷ୍ଟିରେ ରଖି ପରିବହନ କମିଶନର ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମାର୍ଚ୍ଚ ମାସ ୩୧ ତାରିଖ ଲର୍ଣ୍ଣର୍ସ ଲାଇସେନ୍ସ ଅବଧି ବୃଦ୍ଧି କରାଯାଇଥିଲା । ଏହି ସମୟ ମଧ୍ୟରେ ଲର୍ଣ୍ଣର୍ସ ଲାଇସେନ୍ସ ଧାରୀ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଗାଡ଼ିଚାଳକଙ୍କ ପାଇଁ ଏଭଳି ସୁବିଧା ଆଣିଥିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କ  ପକ୍ଷରୁ ସୂଚନା ମିଳିଛି । ନିୟମ ଅବମାନନା କାରଣରୁ ମାର୍ଚ୍ଚ ୨୦ସୁଦ୍ଧା ପ୍ରାୟ ୧୬ହଜାର ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking