28.1 C
Bhubaneswar
Saturday, April 27, 2024
Homeଓଡିଶାଓଡ଼ିଶାରେ ପ୍ରଥମ ସାମ୍ବାଦିକଙ୍କ ମୁଣ୍ଡ ନେଲା କରୋନା

ଓଡ଼ିଶାରେ ପ୍ରଥମ ସାମ୍ବାଦିକଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାର କବଜାରେ ଆସି ସାଧାରଣ ଜନତାଙ୍କ ସମେତ ବହୁ କରୋନା ଯୋଦ୍ଧା ମଧ୍ୟ ସଂକ୍ରମିତ ହେଉଛନ୍ତି । ସେହିପରି କରୋନାରେ ଆକ୍ରାନ୍ତ ଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ଜଣେ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି । ମୃତକ ସାମ୍ବାଦିକଙ୍କ ନାଁ ପ୍ରିୟଦର୍ଶୀ ପଟ୍ଟନାୟକ ହୋଇଥିବା ବେଳେ ସେ ଏକ ଦୈନିକ ଖବରକାଗଜର ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ସେ ଗତକିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର କିମସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକର ସମାଜ ହିଂଜଳି ପ୍ରତିନିଧି ପ୍ରୀୟଦର୍ଶୀ ପଟ୍ଟନାୟକ ୪୨ବର୍ଷରେ ଆଜି ଭୁବନେଶ୍ୱରରେ ମୃତ୍ୟୁ ଘଟିିଛି। ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ସେ ଗତ ୫ଦିନ ଧରି ଚିକିତ୍ସିତ ହେଉଥିଲେ। ଶନିବାର ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି। ସରକାରୀ ଭାବେ ଏପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ସମ୍ପର୍କରେ କିଛି ସୂଚନା ଦିଆଯାଇନଥିଲେ ମଧ୍ୟ ସେ କରୋନା ସଂକ୍ରମିତ ଥିବା ୭-ଦିନ ପୂର୍ବରୁ ଜଣାପଡ଼ିଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking