28.1 C
Bhubaneswar
Saturday, April 27, 2024
Homeରାଜନୀତିବାମଦଳ ଓ କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡିଶା ବନ୍ଦର ପ୍ରଭାବ ପଡିଛି କେନ୍ଦ୍ରାପଡା...

ବାମଦଳ ଓ କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡିଶା ବନ୍ଦର ପ୍ରଭାବ ପଡିଛି କେନ୍ଦ୍ରାପଡା ସହରରେ

କେନ୍ଦ୍ରାପଡା: କେନ୍ଦ୍ର ସରକାରଙ୍କ ତୈଳଦର ବୃଦ୍ଧି ଓ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ବାମଦଳ ଓ କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡିଶା ବନ୍ଦର ପ୍ରଭାବ ପଡିଛି କେନ୍ଦ୍ରାପଡା ସହରରେ । ସହରର ତିନିମୁହାଣୀ ଛକରେ ସିପିଆଇ, ସିପିଏମ୍, ସିପିଆଇଏମ ଏଲ୍ , କଂଗ୍ରେସ, ଓ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ କଟକଚାନ୍ଦବାଲି ରାଜ୍ୟ ରାଜପଥରେ ବସିରହିଛନ୍ତି । ଫଳରେ ଜିଲ୍ଲାରେ ଗାଡିମଟର ଯାନବାହାନ ଚଳାଚଳ ଠପ ହୋଇଯାଇଛି । କେନ୍ଦ୍ର ସରକାର ପେଟ୍ରୋଲ ଓ ପେଟ୍ରୋଲିୟମ ପଦାର୍ଥର ପ୍ରତି ମୁହୁର୍ତ୍ତରେ ଦରବୃଦ୍ଧି କରିବାରେ ଲାଗିଛନ୍ତି । ଫଳରେ ସାରାଦେଶରେ ଅତ୍ୟାବଶ୍ୟକ ଜିନିଷର ଦର ହୁହୁ ହୋଇ ବଢିବାରେ ଲାଗିଛି । ଯାହାର ପ୍ରତିକୂଳ ପ୍ରଭାବରେ ଦେଶର କୋଟିକୋଟି ଗରିବ ଗୁରୁବା ହନ୍ତସନ୍ତ ହେଉଛନ୍ତି । ସରକାର କିନ୍ତୁ କୃଷକର କୃଷିଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରୁନାହାନ୍ତି । ଫଳରେ ଚାଷୀମାନେ ମୂଲ୍ୟବୃଦ୍ଧି ଶୋଷଣରେ ଶିକାର ହେଉଛନ୍ତି ବୋଲି ଏହି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking