31.1 C
Bhubaneswar
Tuesday, April 23, 2024
Homeଓଡିଶାଆଜିର ୬ ଘଣ୍ଟିଆ ବନ୍ଦ ପ୍ରଭାବ ଶୂନ୍ୟ

ଆଜିର ୬ ଘଣ୍ଟିଆ ବନ୍ଦ ପ୍ରଭାବ ଶୂନ୍ୟ

ବରଗଡ: ଆଜିର ୬ ଘଣ୍ଟିଆ ବନ୍ଦରେ ସଂପୂର୍ଣ୍ଣ ବରଗଡ ଜିଲ୍ଲାରେ ତିଳେମାତ୍ର ପ୍ରଭାବ ପଡିନାହିଁ । ବନ୍ଦ ତ ଦୂରର କଥା ଆଜିର ଏହି ବନ୍ଦର ଆୟୋଜକ ୪ ଟି ବାମପନ୍ଥୀ ଦଳ ସହ ଅନ୍ୟାନ୍ୟ ଦଳର ଛାଇ ମଧ୍ୟ ପଡି ନ ଥିଲା । ବରଗଡ ଜିଲ୍ଲାରେ ଥିବା ୧୨ଟି ବ୍ଲକ ପ୍ରଭାବ ଶୂନ୍ୟ ପରିଲକ୍ଷିତ ହୋଇଥିଲା । ୪ ଟି ବାମପନ୍ଥୀ ଦଳର କୌଣସି ଗୋଟେ ଲିଡରର ମଧ୍ୟ ଦେଖା ନ ଥିଲା । ସମଗ୍ର ଜିଲ୍ଲାରେ ଦୋକାନ ବଜାର ଖୋଲା ରହିବା ସହିତ ଯାନ ବାହାନ ମଧ୍ୟ ଆରାମରେ ଚଳପ୍ରଚଳ ହେଉଥିଲା । ଆଜିର ଏହି ବନ୍ଦ ପଶ୍ଚିମ ଓଡିଶାର କାଁ ଭାଁ କେତୋଟି ଯାଗା ବ୍ୟତୀତ ଅନ୍ୟ ସବୁଠି ବନ୍ଦ ପ୍ରଭାବ ଶୂନ୍ୟ ହୋଇଥିଲା । ବରଗଡ ଜିଲ୍ଲା ବାସୀ ଆରାମରେ ନିଜର କାର୍ଯ୍ୟବ୍ୟସ୍ତ ରହିବା ସହିତ ନିତି ଦିନିଆ ଦାୟିତ୍ବ ସମ୍ପନ୍ନ କରିବାରେ କୌଣସି ବାଧା ସୃଷ୍ଟି ହୋଇ ନ ଥିଲା । ବରଗଡ ଜିଲ୍ଲାରେ ଥିବା ଅତବିରା , ବରପାଲି , ସହେଲା , ପଦ୍ମପୁର , ବିଜେପୁର , ଭେଡେନ , ଭଟଲୀ , ଗାଏସିଲେଟ , ପାଇକମାଲ , ବରଗଡ ସଦର , ଅମ୍ବାଭନା , ଝାରବନ୍ଦ ପ୍ରମୁଖ ୧୨ ଟି ବ୍ଲକରେ ଆଜିର ୬ ଘଣ୍ଟିଆ ବନ୍ଦ ପ୍ରଭାବ ଶୂନ୍ୟ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking