39.1 C
Bhubaneswar
Wednesday, April 24, 2024
Homeରାଜନୀତିକେନ୍ଦ୍ରାପଡା ଜିଲ୍ଲା ଏସ୍ ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିଠାରୁ ଜିଲ୍ଲାବିଜେପି ପକ୍ଷରୁ ରିଲେ ଅନସନ ଓ...

କେନ୍ଦ୍ରାପଡା ଜିଲ୍ଲା ଏସ୍ ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିଠାରୁ ଜିଲ୍ଲାବିଜେପି ପକ୍ଷରୁ ରିଲେ ଅନସନ ଓ ଗଣଧାରଣା ଆରମ୍ଭ

କେନ୍ଦ୍ରାପଡା:  ଜିଲ୍ଲା ଏସ୍ ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିଠାରୁ ଜିଲ୍ଲାବିଜେପି ପକ୍ଷରୁ ରିଲେ ଅନସନ ଓ ଗଣଧାରଣା ଆରମ୍ଭ ହୋଇଛି । ବିଜେପିର ଅଭିଯୋଗ ଯେ, ଆଳି ଥାନା ଅନ୍ତର୍ଗତ ବାଳକାଟି ଗାଁର ନବକିଶୋର ମଳିକ ନାମକ ଜଣେ ଦଳିତ ପରିବାର ଉପରେ ସ୍ଥାନୀୟ ଶାସକଦଳର ଲୋକମାନେ ଓ ସ୍ଥାନୀୟ ସରପଞ୍ଚଙ୍କ ଆକ୍ରମଣକୁ ୧୫ ଦିନ ବିତିଯାଇଛି । ହେଲେ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଶାସକ ଦଳର ଚାପରେ ଏକ ଦଳିତ ପରିବାରକୁ ବାଳକାଟି ଗାଁରେ ନ୍ୟାୟ ମିଳିପାରୁନି । ଫଳରେ ଜୀବନ ବିକଳରେ ଗାଁ ଛାଡି ଏହି ପରିବାରରଲୋକେ ରାଜକନିକାରେ ତାଙ୍କ ସମ୍ପର୍କିୟଙ୍କ ଘରେ ଆଶ୍ରୟନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଳି ଥାନା ପୋଲିର ବଦଳି ଓ ଅଭିଯୁକ୍ତଙ୍କ ଗିରଫ ଦାବିକରି ଆଜିଠାରୁ କେନ୍ଦ୍ରାପଡା ଏସ୍ ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରିଛି ବିଜେପି ବୋଲି, ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking