38.1 C
Bhubaneswar
Wednesday, May 1, 2024
Homeଓଲିଉଡପ୍ରଶଂସା ସାଉଁଟୁଛି ଓଡିଆ ସିନେମା; କାହାଣୀକୁ ନେଇ ସାଉଥ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା

ପ୍ରଶଂସା ସାଉଁଟୁଛି ଓଡିଆ ସିନେମା; କାହାଣୀକୁ ନେଇ ସାଉଥ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା

ଭୁବନେଶ୍ୱର: ଓଡିଆ ସିନେମା ଜଗତ ପାଇଁ ଆସିଛି ଏକ ସୁବର୍ଣ୍ଣ ଯୁଗ । ଲଗାତାର ଦୁଇଟି ଫିଲ୍ମକୁ ନେଇ ‘ଦମନ’ ଏବଂ ‘ପ୍ରତୀକ୍ଷା’ ଏବେ ଓଡିଶା ସହ ରାଜ୍ୟ ବାହାରେ ବି ଆଲୋଚନା ହେବାରେ ଲାଗିଛି । ଜାତୀୟସ୍ତରରେ ଏବେ ଏହି ଦୁଇ ସିନେମାର କାହାଣୀକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏମିତି ସାଉଥର ସୁପରହିଟ ସିନେମା ବାହୁବଳୀର ନିର୍ମାତା ଏସ.ଏସ ରାଜମୌଲୀଙ୍କ ସହ ଅଭିନେତା କମଲ ହାସନ ମଧ୍ୟ ଓଡିଆ ସିନେମାକୁ ପ୍ରଶଂସା କରୁଥିବାର ଦେଖାଯାଇଛି । ଯାହା ଓଡିଶା ଏବଂ ଓଡିଆ ସିନେମା ଜଗତ ପାଇଁ ଏକ ଗର୍ବର ମୁହୂର୍ତ୍ତ ।

କମଲ ହାସନ ଏବଂ ରାଜମୌଲୀଙ୍କ ସହ କିଛି ଅନ୍ୟ କଳାକାରଙ୍କ ଆଲୋଚନାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ଯେଉଁଥିରେ ଜଣେ ଅଭିନେତା କହିଛନ୍ତି ଯେ, “ଗୋଟିଏ ଓଡିଆ ସିନେମା ଆସିଛି, ଯାହାର ନାଁ ମୁଁ ଭୁଲି ଯାଇଛି । କିନ୍ତୁ ମୁଁ ଶୁଣିବାକୁ ପାଇଛି ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି ।” ତେବେ ସିନେମାଟିର ନାଁ ନେଇ ନାହାନ୍ତି ଏହି ଅଭିନେତା । ତେଣୁ ଓଡିଆ ସିନେପ୍ରେମୀ ସାମାନ୍ୟ ଅସନ୍ତୋଷ ଜାହିର କରିଛନ୍ତି । ତଥାପି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଏବେ ରାଜ୍ୟ ବାହାରକୁ ଯାଇ ନାଁ କରିବା ଏବଂ ଏଭଳି ବ୍ୟକ୍ତିତ୍ୱଙ୍କ ଚର୍ଚ୍ଚାରେ ସ୍ଥାନ ପାଇବା ଓଡିଶା ପାଇଁ ଗୌରବ ନିଶ୍ଚୟ ।

ତେବେ ଏହି ସୁଯୋଗକୁ ଏକ ବଡ ସଫଳତାରେ ପରିଣତ କରିବା ପାଇଁ କହିଛନ୍ତି ଲୋକପ୍ରିୟ ଅଭିନେତା ମନୋଜ ମିଶ୍ର । ସେ କହିଛନ୍ତି ଯେ, ବ୍ୟବସାୟ କ୍ଷେତ୍ରରେ ଏବେ ବି ଆମେ ଅନ୍ୟ ରାଜ୍ୟ ତୁଳନାର ବିଶେଷ ଆଗକୁ ଯାଇ ପାରିନେ । ତେବେ ଆମେ ଏବେ ଇର୍ଷା ପରାୟଣ ନ ହୋଇ ଏଭଳି ଗୋଟିଏ ପରେ ଗୋଟିଏ ଫିଲ୍ମ କରିଚାଲିବା, ଖୁବଶୀଘ୍ର ଆମ ଓଡିଆ ସିନେଜଗତ ମଧ୍ୟ ନାଁ ସଫଳତାର ଶିଡି ଚଢିପାରିବ ବୋଲି କହିଛନ୍ତି ମନୋଜ । ଏବେ ଭଲ ସିନେମା ଏବଂ କାହାଣୀ ଦ୍ୱାରା ହିଁ ଲୋକଙ୍କ ମନକୁ ଜିତାଯାଇ ପାରିବ । ହିରୋ ହିରୋଇନଙ୍କୁ ଆଉ ଦର୍ଶକ ଦେଖୁ ନାହାନ୍ତି ବୋଲି ମନୋଜ ମିଶ୍ର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking