33.1 C
Bhubaneswar
Tuesday, May 21, 2024
Homeଓଡିଶାହେବନି ହାଇକୋର୍ଟ ବେଞ୍ଚ; ଓକିଲ ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ

ହେବନି ହାଇକୋର୍ଟ ବେଞ୍ଚ; ଓକିଲ ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ

ଭୁବନେଶ୍ୱର: ଓକିଲ ସଂଘର ଆନେଦାଳନକୁ ନେଇ କଡା ଆଭିମୁଖ୍ୟ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ମାମଲା ନେଇ ହାଇକୋର୍ଟ ବେଞ୍ଚ ସ୍ଥାପନା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟର ବେଞ୍ଚ ଅନାବଶ୍ୟକ ବୋଲି ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି । ତେଣୁ ଅଯଥାରେ ବେଞ୍ଚ ସ୍ଥାପନା କରାଯିବ ନାହିଁ ।

ହାଇକୋର୍ଟରେ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ହୋଇଥିବା ଦାବିକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଭୌଗୋଳିକ ସ୍ଥିତି ସହିତ ଟେକ୍ନୋଲୋଜି ପାଇଁ ଏହି ଦାବି ଖାରଜ କରାଯାଇଛି । ଏହାସହିତ ଓକିଲ ମାନଙ୍କ ଆନ୍ଦୋଳନକୁ ନେଇ ଖୁବ ଅସନ୍ତୋଷ ପ୍ରକାଶ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ ବୋଲି ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଜାହିର କରିଛନ୍ତି । ଯାହା ଟିକିଏ ବି ଆଶା ରହିଥିଲା, ଏହି ଆଚରଣ ପରେ ସମ୍ପୂର୍ଣ୍ଣ ମଉଳି ଯାଇଛି । ସେହିପରି ଆନ୍ଦୋଳନ ବନ୍ଦ ଓକିଲ ସଂଘ ନିକଟରୁ ଏହାର ବିସ୍ତୃତ ରିଜୋଲ୍ୟୁସନ ମଧ୍ୟ ମାଗିଛନ୍ତି ସୁପ୍ରିମକୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking