38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଡ୍ରଗ୍ସ ପାର୍ଟି ଲିଙ୍କର ଗୁମର ଖୋଲୁଛି ଏନ୍‌ସିବି, ଗିରଫ ସଂଖ୍ୟା ୧୬କୁ ବୃଦ୍ଧି

ଡ୍ରଗ୍ସ ପାର୍ଟି ଲିଙ୍କର ଗୁମର ଖୋଲୁଛି ଏନ୍‌ସିବି, ଗିରଫ ସଂଖ୍ୟା ୧୬କୁ ବୃଦ୍ଧି

ମୁମ୍ବାଇ: ଖୋଲୁଛି କ୍ରୁଜ୍‌ ଡ୍ରଗ୍ସ ପାର୍ଟି ଲିଙ୍କର ଗୁମର। ଆଉ ୮ ଜଣଙ୍କୁ ମିଶାଇ ଗିରଫ ସଂଖ୍ୟା ୧୬ରେ ପହଞ୍ଚିଛି । ଏନସିବି ସ୍କାନରକୁ ଆସୁଛନ୍ତି ଜଣଙ୍କ ପରେ ଜଣେ ଅଭିଯୁକ୍ତ । ଏବେ ସାମନାରୁ ଆସିଛି ଓଡ଼ିଶା ଲିଙ୍କ । ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସହ ସେଦିନ ଜାହାଜରେ ଥିଲେ ଦୁଇ ଜଣ ଓଡ଼ିଆ । ରାଉରକେଲାର ଅଭିନ୍ନ ଦିନନାଥ ସାହୁ ଓ ମନୀଷ ରାଜଗରିଆଦୁଇ ଜଣଙ୍କୁ ଗିରଫ ପରେ ରିମାଣ୍ଡରେ ନେଇ ତଥ୍ୟ ଉଗାରୁଛି ଏନସିବି । ମନୀଷଙ୍କ ପାଖରୁ ୨.୪ ଗ୍ରାମ୍‌ ଗଞ୍ଜେଇ ମିଳିଥିଲା ।

ଅଭିନ୍ନ ଦୁଇ ଥର ଗଞ୍ଜେଇ ଟାଣିଥିଲେ । ଦୁହେଁ କ୍ରୁଜରେ ଅତିଥି ଥିଲେ । ଦୁଇ ଜଣ ରାଉରକେଲା ସିଭିଲ୍‌ ଟାଉନସିପ୍‌ ବାସିନ୍ଦା। ସେପଟେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୩ ଅଭିଯୁକ୍ତଙ୍କୁ ୭ ତାରିଖ ଯାଏ ରିମାଣ୍ଡରେ ନେଇ ଅଧିକ ତଥ୍ୟ ବାହାର କରୁଛି ଏନସିବି । କ୍ରୁଜ୍‌ ସିଇଓଙ୍କୁ ହାଜର ହେବାକୁ ପୁଣି ଥରେ ସମନ୍‌ ହୋଇଛି । ସେପଟେ ଅଧିକ ଖୋଳତାଡ ପାଇଁ ମୁମ୍ବାଇରେ ପହଞ୍ଚିଛି ଦିଲ୍ଲୀ ଏନସିିବି ଟିମ୍‌ । ମୁମ୍ବାଇ ଟିମ୍‌ ସହ ମିଳିତ ଭାବରେ ଖୋଳତାଡ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking