26.1 C
Bhubaneswar
Tuesday, May 7, 2024
Homeଓଡିଶା'ମୋ ପୁଅକୁ ଫସାଇ ଦିଆଯାଇଛି’, ଏଭଳି ପ୍ରତିକ୍ରିୟା ରଖିଲେ ରେଭ୍‌ ପାର୍ଟିରୁ ଗିରଫ ରାଉରକେଲାର ଯୁବକ...

‘ମୋ ପୁଅକୁ ଫସାଇ ଦିଆଯାଇଛି’, ଏଭଳି ପ୍ରତିକ୍ରିୟା ରଖିଲେ ରେଭ୍‌ ପାର୍ଟିରୁ ଗିରଫ ରାଉରକେଲାର ଯୁବକ ମନୀଷଙ୍କ ବାପା

ଭୁବନେଶ୍ୱର : ମୁମ୍ବାଇ କ୍ରୁଜରେ ରେଭ୍‌ ପାର୍ଟିରୁ ଡ୍ରଗ୍ସ ଜବତ ମାମଲା ମୋ ପୁଅକୁ ଫସାଇ ଦିଆଯାଇଛି। ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗିରଫ ରାଉରକେଲାର ଯୁବକ ମନୀଷ ରାଜଗରିଆଙ୍କ ବାପା ଉଦୟ ରାଜଗରିଆ । ମନୀଷଙ୍କ ନିକଟରୁ ୨ ଦଶମିକ ୪ ଗ୍ରାମର ଗୋଟିଏ ଗଞ୍ଜେଇ ସିଗାରେଟ୍‌ ମିଳିଛି। ନିଜ ବ୍ୟବହାର ପାଇଁ ସିଗାରେଟ୍‌ ରଖିଥିଲେ ମନୀଷ। ଚରସ କିମ୍ବା ଅନ୍ୟ କୌଣସି ମାଦକ ଦ୍ରବ୍ୟ ଜବତ ହୋଇନାହିଁ ବୋଲି ଉଦୟ ରାଜଗରିଆ କହିଛନ୍ତି ।

ମୁମ୍ବାଇ କ୍ରୁଜରେ ରେଭ୍‌ ପାର୍ଟିରୁ ଡ୍ରଗ୍ସ ଜବତ ମାମଲାରେ ୧୨ ଗିରଫଙ୍କ ମଧ୍ୟରେ ୨ ଜଣ ରାଉରକେଲାର ଯୁବକ। ଅଭିନ୍ନ ଦିନନାଥ ସାହୁ ଓ ମନୀଷ ରାଜଗରିଆ ସିଭିଲ୍‌ ଟାଉନସିପ୍‌ ବାସିନ୍ଦା । ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସହ ୨ଜଣ ସେଦିନ ଜାହାଜରେ ଥିଲେ । ଅଭିନ୍ନ ଦିନନାଥ ସାହୁ ଓ ମନୀଷ ରାଜଗରିଆଙ୍କୁ ରିମାଣ୍ଡରେ ନେଇ ଗୁଡେଇ ତୁଡେଇ ତଥ୍ୟ ଉଗାରୁଛି ଏନସିବି । ମନୀଷଙ୍କ ପାଖରୁ ୨.୪ ଗ୍ରାମ୍‌ ଗଞ୍ଜେଇ ମିଳିଥିଲା । ଅଭିନ୍ନ ଦୁଇ ଥର ଗଞ୍ଜେଇ ଟାଣିଥିଲେ। ଦୁହେଁ କ୍ରୁଜରେ ଅତିଥି ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking