26.1 C
Bhubaneswar
Wednesday, May 8, 2024
Homeଓଡିଶାଆସନ୍ତାକାଲି ବାହାରିବ ନୂଆଁଖାଇ ଲଗ୍ନ

ଆସନ୍ତାକାଲି ବାହାରିବ ନୂଆଁଖାଇ ଲଗ୍ନ

ସମ୍ବଲପୁର: ସମ୍ବଲପୁର ଏକ ନିଆରା ପର୍ବ ନୂଆଁଖାଇ । ଏହା ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଁଖାଇ ଲଗ୍ନ ନିର୍ଦ୍ଧାରିତ ହୋଇଥାଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ଶ୍ରୀଶ୍ରୀ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ନିର୍ଦ୍ଧାରଣ କରାଯାଏ । ମନ୍ଦିର ଟ୍ରଷ୍ଟ ତରଫରୁ ଆୟୋଜିତ ବୈଠକରେ ପଣ୍ଡିତ ଓ ବିଦ୍ୱାନମାନେ ଯୋଗ ଦେଇ ଲଗ୍ନ ନିର୍ଦ୍ଧାରଣ କରନ୍ତି । ଏହି କ୍ରମରେ ଚଳିତ ବର୍ଷ ନୂଆଁଖାଇ ପାଇଁ ଆସନ୍ତା ୩୧ ତାରିଖ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଲଗ୍ନ ନିର୍ଦ୍ଧାରଣ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମେ ମନ୍ଦିରରେ ଏକ ବୈଠକରେ ଟ୍ରଷ୍ଟ ସଭ୍ୟ, ଜ୍ୟୋତିର୍ବିଦ, ପଣ୍ଡିତ ଓ ବିଦ୍ୱାନମାନେ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରିବେ । ପରେ ସେହି ଲଗ୍ନପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଭ୍ୟମାନେ ମାଁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟକୁ ପ୍ରଦାନ କରିବେ। ସେହି ଲଗ୍ନ ଓ ସମୟରେ ନୂଆଁଖାଇ ଦିନ ମାଁଙ୍କ ଠାରେ ସର୍ବପ୍ରଥମେ ନବାନ୍ନ ଭୋଗ ଲାଗି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking