29.1 C
Bhubaneswar
Saturday, April 27, 2024
Homeଓଡିଶାଆଜି ବିଜେପି ବିଧାୟକ ଦଳ ବୈଠକ

ଆଜି ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ୱର : ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବିଜେପିର ବିଧାୟକ ଦଳ ବୈଠକ ରବିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବାରୁ ଉପନେତା ବିଷ୍ଣୁ ସେଠୀ ଏଥିରେ ଅଧ୍ୟକ୍ଷତା କରିବେ । ତେଣୁ ଗୃହରେ ଶ୍ରୀ ସେଠୀଙ୍କ ନେତୃତ୍ବରେ ହିଁ ବିଜେପି ବିଧାୟକ ଦଳ ସରକାରଙ୍କୁ ମୁକାବିଲା କରିବ । କଂଗ୍ରେସ ବିଧାୟକ ଦଳ ବୈଠକ ୩୧ ତାରିଖ ସନ୍ଧ୍ୟା ୫ଟାରେ ହେବ । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଏହି ବୈଠକ ହେବ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧାୟକମାନେ ରଣନୀତି ପ୍ରସ୍ତୁତ କରିବେ। ମରୁଡ଼ି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଦୁର୍ନୀତି, ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥା, ଶିକ୍ଷା ଓ ଶିକ୍ଷକ ଅଭାବ ସମସ୍ୟା ଗୃହରେ ଦଳ ଉଠାଇବ ବୋଲି ପୂର୍ବରୁ ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇସାରିଛନ୍ତି । ବିଜେଡି ବିଧାୟକ ଦଳ ବୈଠକ ୩୧ ତାରିଖ ସନ୍ଧ୍ୟା ୬ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠ ଓ ନୂଆ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ । ବିରୋଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ କିପରି ଜବାବ ଦିଆଯିବ, ତାହାକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking