28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶସବସିଡି ଆସୁଛି କି ନାହିଁ ସ୍ପଷ୍ଟ କଲେ ସରକାର

ସବସିଡି ଆସୁଛି କି ନାହିଁ ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ : ଏଲପିଜି ସିଲିଣ୍ଡର ଉପରେ ସବସିଡି  ସମ୍ପର୍କରେ ଗ୍ରାହକଙ୍କ ମନରେ ଅନେକ ସମୟରେ ପ୍ରଶ୍ନ ଥାଏ । ଅନେକ ଲୋକ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଆକାଉଣ୍ଟରେ ସବସିଡି ଆସୁନାହିଁ । ଏଥି ସହିତ ଅନେକ ଲୋକ ମନେ କରୁଛନ୍ତି ଯେ ସରକାର ଗ୍ୟାସ ସିଲିଣ୍ଡର ଉପରେ ସବସିଡି ବନ୍ଦ କରିଦେଇଛନ୍ତି । ଏପରି ଜଣେ ଗ୍ରାହକ ସୋସିଆଲ ମିଡିଆ ଜରିଆରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଏଲପିଜି ସିଲିଣ୍ଡର ଉପରେ ସବସିଡି ବନ୍ଦ ହୋଇଛି କି? ଯାହାର ଉତ୍ତର ସରକାର ପ୍ରଦାନ କରିଛନ୍ତି ।

ସବସିଡି ବନ୍ଦ ହୋଇନାହିଁ ବରଂ ବର୍ତ୍ତମାନ ଘରୋଇ ଏଲପିଜି ଗ୍ୟାସ ଉପରେ ସବସିଡି ମଧ୍ୟ ପ୍ରଚଳିତ ଅଛି । ଏହା ଅଲଗା ଅଲଗା ବଜାରରେ ଭିନ୍ନ ଭିନ୍ନ ହୋଇଥାଏ । PAHAL (DBTL) ସ୍କିମ୍ ୨୦୧୪ ଅନୁଯାୟୀ, କୌଣସି ବଜାର ପାଇଁ ସବସିଡି ରାଶି ‘ସବସିଡିଯୁକ୍ତ ସିଲିଣ୍ଡରର ମୂଲ୍ୟ’ ଓ ‘ଅଣସବସିଡିଯୁକ୍ତ ସିଲିଣ୍ଡରର ବଜାର ନିର୍ଦ୍ଧାରିତ ମୂଲ୍ୟ’ ମଧ୍ୟରେ ପାର୍ଥକ୍ୟ ଦ୍ୱାରା ନିର୍ଣ୍ଣୟ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking