38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶସୁନା ଦର ହ୍ରାସ

ସୁନା ଦର ହ୍ରାସ

ନୂଆଦିଲ୍ଲୀ : କୋରୋନା ପ୍ରଭାବରେ ସମଗ୍ର ବିଶ୍ୱରେ ଏବେ ଲକ ଡାଉନ ଓ ସଟ ଡାଉନ ଜାରି ରହିଛି । ଫଳରେ ବୈଶ୍ୱିକ ବଜାର ଉପରେ ଏହା ପ୍ରଭାବ ଗୁରୁତର ଭାବେ ପଡ଼ିଛି । ଦୈନନ୍ଦିନ ବିଶ୍ୱ ବଜାରରେ ଦର ପରିବର୍ତ୍ତିତ ହେଉଛି। ସେହିଭଳି ସୁନା ବଜାର ମଧ୍ୟ ପ୍ରଭାବିତ ହୋଇଛି । ଏହାର ପ୍ରଭାବରେ ଆଜି ପୁନର୍ବାର ଭାରତୀୟ ବଜାରରେ ସୁନାଦର ହ୍ରାସ ପାଇଛି। ତେବେ ବୁଲିଅନ ଆସୋସିଏସନ ଜାରି କରିଥିବା ଦର ଅନୁଯାୟୀ ସୋମବାର ସୁନା ଆହୁରି ଶସ୍ତା ହୋଇଛି।  ସରକାରଙ୍କ ଦ୍ୱାରା ଗୋଲ୍ଡ ବଣ୍ଡ୍ ରେ ବିନିଯୋଗ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷର ଏହା ହେଉଛି ଷଷ୍ଠ ସିରିଜ୍ । ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କୁହାଯାଇଛି ଯେ, ମେ ଏବଂ ସେପ୍ଟେମ୍ବର ମଧ୍ୟରେ ସୋଭରେନ୍ ଗୋଲ୍ଡ ବଣ୍ଡ୍ କୁ ୬ଟି କିସ୍ତି ଜାରି କରାଯିବ ।

ପ୍ରତି ଗ୍ରାମ ପିଛା ୪,୭୩୨ ଟଙ୍କାରେ ସୁନା କିଣିପାରିବେ । ତାହା ହେଉଛି, ଯଦି ଆପଣ ୧୦ ଗ୍ରାମ ସୁନା କିଣୁଛନ୍ତି, ତା’ହେଲେ ଏହାର ମୂଲ୍ୟ ୪୭,୩୨୦ ଟଙ୍କା ରହିବ । ସୁନା ବଣ୍ଡ କ୍ରୟ ଅନଲାଇନରେ କରାଯାଇଥାଏ, ତେବେ ସରକାର ଏହିପରି ନିବେଶକଙ୍କୁ ପ୍ରତି ଗ୍ରାମ ପିଛା ୫୦ ଟଙ୍କା ରିହାତି ପ୍ରଦାନ କରିଥାନ୍ତି। ଏଥିରେ, ଆବେଦନ ଦେୟ ‘ଡିଜିଟାଲ୍ ମୋଡରେ କରିବାକୁ ହେବ । ଅନଲାଇନରେ ସୁନା କିଣିଲେ ନିବେଶକଙ୍କୁ ପ୍ରତି ଗ୍ରାମ ସୁନା ପାଇଁ ୪,୬୮୨ ଟଙ୍କା ଖର୍ଚ୍ଚ କରିବେ । ଆପଣ ୧୦ ଗ୍ରାମ ସୁନା ୪୬,୮୨୦ ଟଙ୍କାରେ ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking