26.1 C
Bhubaneswar
Wednesday, May 8, 2024
Homeଓଡିଶାଆଜି ଠାରୁ ନାମାଙ୍କନ ପତ୍ର ଦାଖଲ : ଶାସକ ଦଳର ପ୍ରାର୍ଥୀ ଶତାଧିକ, ବିରୋଧୀ ଦଳର...

ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ : ଶାସକ ଦଳର ପ୍ରାର୍ଥୀ ଶତାଧିକ, ବିରୋଧୀ ଦଳର ପସ୍ତୁତି ଚାଲିଛି

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ନାମାଙ୍କନ ପତ୍ର ଦାଖଲ ପାଇଁ ବିଏମ୍‌ସିର ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱରେ ରହିଥିବା ବ୍ରହ୍ମପୁର ଉପ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଏଥିପାଇଁ ପ୍ରସ୍ତୁତି ସରିଛି । ଆସନ୍ତାକାଲି ଠାରୁ ବିଏମସିର ମେୟର ସମେତ ୪୨ଟି ୱାର୍ଡର କର୍ପୋରେଟର ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ  ବ୍ରହ୍ମପୁର  ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଚଳିତ ମାସ ୨ ତାରିଖ ଠାରୁ ୭ତାରିଖ ଯାଏଁ (ଛୁଟି ଦିନ ସମେତ) ପୁର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୩ଟା ଯାଏଁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଚଳିତ ମାସ ୯ତାରିଖରେ ପ୍ରାର୍ଥୀପତ୍ର ଗୁଡିକର ଯାଞ୍ଚ କାର୍ଯ୍ୟକ୍ରମ ହେବ ।

ଆସନ୍ତା  ୧୪ ତାରିଖ ମଧ୍ୟରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏଁ  ନିର୍ବାଚନ ହେବ, ୨୬ ତାରିଖରେ ପଲି ଟେକନିକ ଅନୁଷ୍ଠାନ ପରିସରରେ ଭୋଟ ଗଣତି ହେବ ବୋଲି ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଶାସକ ଦଳ ସମେତ ବିରୋଧି ଦଳ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଶାସକ ଦଳ ପକ୍ଷରୁ କର୍ପୋରେଟ ପ୍ରାର୍ଥୀ ଶତାଧିକ ଥିବା ବେଳେ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଖୋଜା ଚାଲିଛି । ମୁଖ୍ୟ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଏକ କମିଟି ପ୍ରସ୍ତୁତ ହୋଇଥିବା ବେଳେ ଏହି ଦାୟିତ୍ୱରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତି ଦାୟିତ୍ୱରେ ରହିଛନ୍ତି । ଶାସକ ଦଳର ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଭୂମିକ ଗ୍ରହଣ କରିଥିବା ବେଳେ ପ୍ରାର୍ଥୀଙ୍କ ତାଲିକାର ଚୁଡ଼ାନ୍ତ ନିଷ୍ପତ୍ତି ଉପର ମହଲାରେ ହେଉଥିବା ଚର୍ଚ୍ଚା ହେଉଛି । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଯାଏଁ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ମିଳୁଛି । ତୁଷ୍ଟିକରଣ ନୀତିକୁ ଆଧାର କରି ପ୍ରାର୍ଥୀ ଚୟନ କରାଯିବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଉଛି । ଅନ୍ୟପକ୍ଷରେ ଦଳର ସଦ୍ୟ ପରାଜୟର ପ୍ରଭାବ ବିଜେପି ଆଶାୟୀ ପ୍ରାର୍ଥୀଙ୍କ ଉପରେ ଗଭୀର ଛାପ ପକାଇଥିବାରୁ ପ୍ରାର୍ଥୀ ଚୟନ ନେଇ ଦଳୀୟ ସ୍ତରରେ ମାନସ ମନ୍ଥନ ଚାଲିଛି । ଯେଉଁ ପ୍ରାର୍ଥୀମାନଙ୍କ ନିର୍ବାଚନ ଳଢ଼ିବା ପାଇଁ  ଆର୍ଥିକ କ୍ଷମତା ସହ ଜିତିବା ସମ୍ଭାବନା ଥିବ ସେମାନଙ୍କୁ ଗୁରୁତ୍ୱ ଦିଆଯିବ । ଏହା ବ୍ୟତୀତ ନିର୍ମଳ ଭାବମୂର୍ତ୍ତି ଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟତା ଦିଆଯିବ ବୋଲି ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ନେତା କାହ୍ନୁଚରଣ ପତି ସୂଚନା ଦେଇଛନ୍ତି । ତେବେ ବ୍ରହ୍ମପୁର ସହରରେ ଭୋଟରଙ୍କ ମାନସିକତା ଗ୍ରାମାଞ୍ଚଳ ଭୋଟରଙ୍କ ଠାରୁ ଭିନ୍ନ ହୋଇଥିବାରୁ ପ୍ରାର୍ଥୀ ମାନେ କେତେ ଦୁର ଭୋଟରଙ୍କ ଦ୍ୱାରା ଗ୍ରହଣୀୟ ହେବେ ସେ ନେଇ ମଧ୍ୟ ଦଳ ବିଚାର କରିବାକୁ ବାଧ୍ୟ ହେବ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦୁଇ ବର୍ଷ ପରେ ହେବାକୁ ଥିବା ବେଳେ ଦଳ ପ୍ରତି ଜନସମର୍ଥନ ବୃଦ୍ଧି କରିବା ଭଳି ଯୋଗ୍ୟ ପ୍ରାର୍ଥୀଙ୍କୁ ଦଳ ଖୋଜୁଥିବା କୁହାଯାଇଛି । ଅନ୍ୟ ଏକ  ବିରୋଧୀ ଦଳ କଂଗେସ ତରଫରୁ ଏଯାବତ୍ ଦଳୀୟ କାର୍ଯ୍ୟାଳୟ ଠାରୁ କିଛି ସୁଚନା ପ୍ରାପ୍ତ ହୋଇନାହିଁ । କିନ୍ତୁ ଦଳର ଉପ ସଭାପତି ମହେଶ୍ୱର ପାତ୍ର କହିଛନ୍ତି ଯେ  ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ଓ୍‌ôାର୍ଡରେ ପ୍ରାର୍ଥୀ ଚୟନ କାର୍ଯ୍ରକ୍ରମ ଚାଲିଛି । ମେୟର ପ୍ରାର୍ଥୀ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking