31.1 C
Bhubaneswar
Sunday, May 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଭାକ୍ୟୁମ୍ ବୋମା କ’ଣ ? କାହିଁକି ଏହାକୁ ନେଇ ଡରୁଛି ୟୁକ୍ରେନ, ଜାଣନ୍ତୁ…

ଭାକ୍ୟୁମ୍ ବୋମା କ’ଣ ? କାହିଁକି ଏହାକୁ ନେଇ ଡରୁଛି ୟୁକ୍ରେନ, ଜାଣନ୍ତୁ…

ନୂଆଦିଲ୍ଲୀ: ୟୁକ୍ରେନରେ ତାଣ୍ଡବଲୀଳା ରଚୁଛି ଋଷ। ପ୍ରଚଣ୍ଡ ବୋମା ବର୍ଷଣ ସହ ଘନ ଘନ ମିସାଇଲ ମାଡ଼ରେ ଏକାକାର ହୋଇଗଲାଣି ୟୁକ୍ରେନ। ଏହାପରେ ମଧ୍ୟ ହାର ମାନିବାକୁ ନାରାଜ ୟୁକ୍ରେନ। ଋଷ ଆକ୍ରମଣକୁ ଦୁଢ଼ ଭବେ ଜବାବ ଦେଉଛି ୟୁକ୍ରେନ ସେନା। ତେବେ ୬ ଦିନର ଯୁଦ୍ଧ ପରେ ମଧ୍ୟ ୟୁକ୍ରେନ ଦୁର୍ବଳ ନହେବାରୁ ଏବେ ଆଉ ଟିକିଏ ସକ୍ରିୟ ହୋଇଛି ଋଷ।

ଏବେ ଋଷ ୟୁକ୍ରେନ ଅକ୍ତିଆର କରିବା ପାଇଁ ଭୟଙ୍କର ଭାବେ ବୋମା ବର୍ଷଣ କରିବାକୁ ଯାଉଛି। ଆମେରିକାରେ ଥିବା ୟୁକ୍ରେନ ଦୂତାବାସ ଅଭିଯୋଗ କରିଛି ଯେ ଋଷ ୟୁକ୍ରେନ ଉପରେ ଭାକ୍ୟୁମ ବୋମା ପକାଇବା ପାଇଁ ଯୋଜନା କରୁଛି।ଏହି ବୋମା ୟୁକ୍ରେନର କିଛି ସହରରେ ପ୍ରବଳ ଗରମ ଅନୁଭୂତ କରାଇାବା ସହ ଲୋକଙ୍କୁ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ହେବ। ଏହି ବୋମାକୁ ଫାଦର ଅଫ ଅଲ ବମ୍ ମଧ୍ୟ କୁହାଯାଏ ଯାହାର ଓଜନ ୭୧୦୦ କିଲୋଗ୍ରାମ। ଏବଂ ଏହା ଏକାଥରକେ ପ୍ରାୟ ୪ ଟନ୍‌ ଟିଏନଟି କ୍ଷମତା ସହ ବ୍ଲାଷ୍ଟ କରିଥାଏ। ଏହି ବୋମା ପଡ଼ିଲେ ଏକାଥରକେ ୩୦୦ ମିଟର ଯାଏ ଧ୍ୱଂସ କରିବାର କ୍ଷମତା ରଖିଛି।

ଫାଦର ଅଫ୍ ଅଲ ବମ୍‌କୁ ଭାକ୍ୟୁମ୍ ବୋମା ମଧ୍ୟ କୁହାଯାଏ। ଏହାର ସବୁଠାରୁ ବଡ କ୍ଷମତା ହେଉଛି ଏହା ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରେ ଏବଂ ନିଜକୁ ଅଧିକ ଶକ୍ତିଶାଳୀ କରିବା ପରେ ଭୂମି ଉପରେ ବିସ୍ଫୋରଣ କରିଥାଏ। ଏହି ବିସ୍ଫୋରଣ ସାଧାରଣ ପରମାଣୁ ବୋମା ପରି ଖୁବ୍‌ ଗରମ ସୃଷ୍ଟି କରେ। ଏହା ସହିତ, ବିସ୍ଫୋରଣ ଏକ ଅଲଟ୍ରାସୋନିକ୍ ଶକ୍ୱେଭ୍ ମଧ୍ୟ ନିର୍ଗତ କରେ ଯାହା ଅଧିକ ବିନାଶ ଆଣିଥାଏ । ଏହି ଅସ୍ତ୍ରଟି ଅନ୍ୟ ପାରମ୍ପାରିକ ଅସ୍ତ୍ର ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି କୁହାଯାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking