28.1 C
Bhubaneswar
Saturday, April 27, 2024
Homeଓଡିଶାସରପଞ୍ଚ ଘୋଷଣା ନେଇ ପ୍ରାର୍ଥୀଙ୍କ ଅସନ୍ତୋଷ: ପୁନଃ ଗଣତି ଦାବି

ସରପଞ୍ଚ ଘୋଷଣା ନେଇ ପ୍ରାର୍ଥୀଙ୍କ ଅସନ୍ତୋଷ: ପୁନଃ ଗଣତି ଦାବି

ଫୁଲବାଣୀ:ଗତ ୨ ଦିନ ଧରି କନ୍ଧମାଳ ଜିଲ୍ଲାର ୧୮ଟି ଜୋନ୍ ପାଇଁ ଭୋଟ ଗଣତି ହୋଇଯାଇଛି । ଏଥିରେ ୱାର୍ଡମେମ୍ବର ସହ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ପାଇଁ ଗଣତି ହୋଇଯାଇଛି । ସରକାରୀ ଭାବେ ବିଜୟୀଙ୍କ ନାମ ଘୋଷଣା ହୋଇନଥିଲେ ମଧ୍ୟ ବିଜୟୀମାନେ ବିଜୟ ପଟୁଆର କରିସାରିଲେଣି । ତେବେ ନିର୍ବାଚନ ଯେଭଳି ଭାବେ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହେବ ସେ ନେଇ ରାଜ୍ୟନିର୍ବାଚନ ଅଧିକାରୀ କଡ଼ାନିର୍ଦ୍ଦେଶ  ଦେଇଥିବା ବେଳେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ର ସାରଙ୍ଗଡ଼ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଦିନବନ୍ଧୁ ପ୍ରଧାନ ନିର୍ବାଚନ ଫଳାଫଳ ଘୋଷଣାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏନେଇ ଫୁଲବାଣୀରେ ତାଙ୍କ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିବା ସହିତ ବ୍ଲକ୍ ଗଣତି ହଲରେ ସିସିଟିଭି ଲାଗିବା କଥା କିନ୍ତୁ ସେଠାର ଲଗାଯାଇ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହ ସରପଞ୍ଚ ପ୍ରାର୍ଥୀଭାବେ ଦିନବନ୍ଧୁ ପ୍ରଧାନ ଓ ତାଙ୍କର ପ୍ରତିଦ୍ୱନ୍ଦୀ ବରୁଣ କହଁରଙ୍କ ଭୋଟ୍ ବ୍ୟବଧାନ ସମାନ ହେବାରୁ ବ୍ଲକ୍ ନିର୍ବାଚନ ଦାୟିତ୍ୱରେ ଥିବା ବିଡିଓ ଧର୍ମଗୁଳା ପକାଇଥିଲେ । ଏଥିରେ ବରୁଣ କହଁରଙ୍କୁ ବିଜୟୀ ଘୋଷଣା  କରାଯାଇଥିଲା ।  ତେବେ ପ୍ରାର୍ଥୀ ଦିନବନ୍ଧୁଙ୍କ ଏଜେଣ୍ଟ ସୁଧିର ସାହୁ ପୁନଃଗଣତି ପାଇଁ ବାରମ୍ବାର ବିଡିଙ୍କ ପାଖରେ ଆବେଦନ କରିଥିଲେ ମଧ୍ୟ  ସେ ଏଥିରେ ଶୁଣିନଥିଲେ ବୋଲି  ସାମ୍ବାଦିକ ସମ୍ମିଳନୀରେ  ଅଭିଯୋଗ କରାଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି ବୋଲି  କହିଛନ୍ତି । ଯଦି ପୁନଃ ଗଣତି କରାନଯାଏ ତେବେ ଆଇନର ଆଶ୍ରୟନେବେ ବୋଲି କହିଛନ୍ତି ଦିନବନ୍ଧୁ । ତେବେ ଶାସକଦଳର ପ୍ରଭାବରେ ପଡ଼ି ବିଡିଓ ପୁନଃ ଗଣତି କରିନଥିବା ମଧ୍ୟ  ଅଭିଯୋଗ କରିଛନ୍ତି  ଦିନବନ୍ଧୁ । ତେବେ ସବୁକିଛି ନିତି ଓ ନିୟମ ପ୍ରକାରେ ହୋଇଥିବା କ.ନୂଆଗାଁ ବିଡିଓ ଶରତ ଚନ୍ଦ୍ର ପାତ୍ର ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking