28.1 C
Bhubaneswar
Saturday, April 27, 2024
Homeଓଡିଶାଏ ବର୍ଷ ରଥଯାତ୍ରା ବନ୍ଦ

ଏ ବର୍ଷ ରଥଯାତ୍ରା ବନ୍ଦ

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନା ଆଉ ଆଶା ଆଶଙ୍କାରେ ପଡିଲା ପୂର୍ଣ୍ଣଛେଦ । ଶେଷରେ ବନ୍ଦ ହେଲା ରଥଯାତ୍ରା । ଏନେଇ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଚଳିତ ବର୍ଷ ପାଇଁ ରଥଯାତ୍ରା ଅନୁଷ୍ଠିତ ହେବା ଉପରେ ସ୍ଥଗିତା ଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । କୋରନା ସଙ୍କଟ ବେଳେ ଲୋକମାନେ ଏକାଠି ହେବା ଅନୁଚିତ୍ । ଜନସ୍ୱାସ୍ଥ୍ୟ ଓ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରେ ଏହି ବର୍ଷ ରଥଯାତ୍ରା ଉପରେ ପ୍ରପତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଗତ କିଛି ଦିନ ଧରି ହେଉଥିବା ସମସ୍ତ ପ୍ରକାର ତର୍କ ବିତର୍କ ଉପରେ ପୂର୍ଣ୍ଣଛେଦ ପଡିଛି । ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ଆଉ ହୋଇପାରିବ ନାହିଁ ।
ଲୋକଙ୍କ ସୁରକ୍ଷା ଓ ସାଧାରଣ ସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରାଯାଇଛି । ତେବେ ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଓଡିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ । ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରନ୍ତୁ ବୋଲି କହିଛନ୍ତି କୋର୍ଟ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ବନ୍ଦ କରାଯାଇଛି । କରୋନା ମହାମାରୀ ପାଇଁ ରଥଯାତ୍ରା ବନ୍ଦ ହେବା କେଉଁଠି ନା କେଉଁଠି କୋଟି କୋଟି ଶ୍ରଦ୍ଧାଳୁଙ୍କୁ ଆଘାତ ପହଞ୍ଚାଇଛି । ସମସ୍ତେ ଆଶା କରୁଥିଲେ ଯେ, କରୋନା କଟକଣା ଭିତରେ ରଥଯାତ୍ରା ହୋଇପାରିବ । ହେଲେ ସେମିତି କିଛି ହେଲା ନାହିଁ । ଜଗନ୍ନାଥପ୍ରେମୀଙ୍କୁ ଘୋର୍ ଆଘାତ ଲାଗିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏବେ ସମସ୍ତେ ଚିନ୍ତାରେ । ସେବାୟତମାନେ ଆହୁରି ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ବର୍ଷ ରଥଯାତ୍ରା ବନ୍ଦ ହେଲେ ୧୨ ବର୍ଷ ପର୍ଯ୍ୟନ୍ତ ରଥଯାତ୍ରା ହୋଇପାରିବ ନାହିଁ । ବର୍ତ୍ତମାନ ଉଭୟ ରଥ ଆଉ ପଥ ପ୍ରସ୍ତୁତ ଥିବା ବେଳେ ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ସବୁ ଆଶା ପାଣି ଫୋଟକା ପରି ମିଳାଇ ଯାଇଛି । ଘୋଷଯାତ୍ରାକୁ ଆଉ ମାତ୍ର ୪ ଦିନ ରହିଥିବା ବେଳେ ଧର୍ମୀୟ ଦୃଷ୍ଟିକୋଣରୁ ଆଉ କଣ କରାଯାଇପାରିବ, ସେ ନେଇ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ଆଉଥରେ ବିଚାର କରି ଆବେଦନ କରନ୍ତୁ ବୋଲି ମଧ୍ୟ ମତପ୍ରକାଶ ପାଉଛି ।
ରଥଯାତ୍ରା ମାମଲାରେ ଲଢୁଥିଲେ ବହୁ ନାମକରା ଓକିଲ । ସୁପ୍ରିମକୋର୍ଟର ବହୁ ଜଣାଶୁଣା ଓକିଲ ଏହି ମାମଲାରେ ଲଢୁଥିଲେ । ରାଜ୍ୟ ସରକାରଙ୍କ ପାଇଁ ଲଢୁଥିଲେ ବରିଷ୍ଠ ଓକିଲ ହରିଶ ସାଲଭେ । ଓଡିଶା ବିକାଶ ପରିଷଦ ପାଇଁ ଲଢୁଥିଲେ ମୁକୂଲ ରୋହତଗି । କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିଲେ ଏସଜି ତୁଷାର ମେହେଟ୍ଟା ।
ଅନ୍ୟପଟେ ଶୁଣାଣି ବେଳେ ହାତ ଟେକି ଦେଇଥିଲେ କି ରାଜ୍ୟ ସରକାର ବୋଲି ଏବେ ପ୍ରଶ୍ନ ଉଠୁଛି । ଜଣେ ପକ୍ଷଙ୍କ ପାଇଁ ଲଢୁଥିବା ଓକିଲ ହିତେନ୍ଦ୍ର ରଥ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ହରିଶ ସାଲଭେ କଣ ଯୁକ୍ତି ରଖିଥିଲେ ସେ ନେଇ ସେ ସୂଚନା ପ୍ରଦାନ କରିଛନ୍ତି । ଗହଳି ହେଲେ କରୋନା ବ୍ୟାପିବା ସମ୍ଭାବନା ଥିବା କହିଥିଲେ ସାଲଭେ । ଆଇନ ଶୃଙ୍ଖଳା ସ୍ଥିତି ମଧ୍ୟ ଉପୁଜିପାରେ ବୋଲି ସେ କହିଥିଲେ । ତେବେ ହାତି କି ମେସିନ ଦ୍ୱାରା ରଥଟଣା କଥା ସାଲଭେ ଆଦୌ କହିନଥିଲେ । ଏହାବାଦ ରଥ ଟଣା ବିକଳ୍ପ ବିଷୟରେ ଆଦୌ କିଛି କହିନଥିଲେ ।


5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking