27.1 C
Bhubaneswar
Thursday, April 25, 2024
Homeଓଡିଶାଟ୍ରକ ପାଇଁ ବର୍ଦ୍ଧିତ ଭଡ଼ା ଓ ବସ୍ ଚଳାଚଳ ବିଷୟରେ ପ୍ରତିକ୍ରିୟା ରଖିଲେ : ରାଜ୍ୟ...

ଟ୍ରକ ପାଇଁ ବର୍ଦ୍ଧିତ ଭଡ଼ା ଓ ବସ୍ ଚଳାଚଳ ବିଷୟରେ ପ୍ରତିକ୍ରିୟା ରଖିଲେ : ରାଜ୍ୟ ପରିବହନ ମନ୍ତ୍ରୀ

ଭୁବନେଶ୍ୱର : ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ଟ୍ରକ ମାଲିକ ସଂଘ । ଆଲୋଚନା ପରେ ଟ୍ରକ ମାଲିକ ସଂଘ ସାଧାରଣ ସଂପାଦକଙ୍କ ପ୍ରତିକ୍ରିୟା । ସର୍ବନିମ୍ନ ଓ ସର୍ବାଧିକ ଭଡ଼ା ଧାର୍ଯ୍ୟ କରିବାକୁ କହିଛୁ । ହାଇକୋର୍ଟ ମଧ୍ୟ ବର୍ଦ୍ଧିତ ଭଡ଼ା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାଲିକ ସଂଘଙ୍କ ଦାବି ସମ୍ପର୍କରେ ମନ୍ତ୍ରୀ ପଦ୍ମନାଭ ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ବର୍ଦ୍ଧିତ ଭଡ଼ା ନେଇ କୋର୍ଟଙ୍କ ରାୟର ତର୍ଜମା ହେଉଛି , ସେ ବିଷୟରେ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ବସ୍ ଚଳାଚଳ ବନ୍ଦ ହେବା ନେଇ ପୁଣି ଆଶଙ୍କା କଲେ ମନ୍ତ୍ରୀ ପଦ୍ମନାଭ ବେହେରା । କରୋନା ପାଇଁ ଲୋକେ ଭୟରେ ବସ୍ ରେ ଯାଉନାହାନ୍ତି । ଲୋକ ନହେଲେ ବାଧ୍ୟ ହୋଇ ବସ୍ ବନ୍ଦ କରାଯିବ । ଲୋକ ହେଉନଥିବାରୁ ମାଲିକ ଗାଡ଼ ବି ନେଉନାହାନ୍ତି । ଓଏସ୍‌ଆର୍‌ଟିସି ର ୨୦ଟି ରୁଟ୍‌ରେ ବସ୍ ଚାଲୁନି କି ଘରୋଇ ବସ୍ ମଧ୍ୟ ଚାଲୁନି । ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜର ପ୍ରତିକ୍ରିୟା ରଖିଛନ୍ତି ।
କରୋନା ମହାମାରୀ ପାଇଁ ଲକଡ଼ାଉନ ଚାଲିଥିବା ବେଳେ ବସ୍ ଟ୍ରକ ଯିବା ଆସିବା ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଥିଲା । ବସ୍‌ରେ କେହି ଠିଆ ହୋଇ ଯାଇପାରିବେନି । ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ । କଟକ , ଅନୁଗୁଳ , କେନ୍ଦୁଝର , ପୁରୀ , ବ୍ରହ୍ମପୁର , ଭଞ୍ଜନଗର , ଫୁଲବାଣୀ , ଜୟପୁର , ମାଲକାନଗିରି , ନବରଙ୍ଗପୁର , ରାୟଗଡ଼ା , ପାରଳାଖେମୁଣ୍ଡି , ସମକବଲପୁର , ବରଗଡ଼ , ରାଉରକେଲା , ପଦ୍ମପୁର , ନୂଆପଡ଼ା , ବଲାଙ୍ଗୀର , ଭବାନୀପାଟଣା, ଭୁବନେଶ୍ୱର, ସୁନ୍ଦରଗଡ଼ ଓ ଦେବଗଡ଼ ମଧ୍ୟରେ ବସ୍ ଚଳାଚଳ ପାଇଁ ଘୋଷଣା କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking