30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକରୋନା ପାଇଁ ଦୁର୍ଗା ପୂଜା ଫିକା ଫିକା

କରୋନା ପାଇଁ ଦୁର୍ଗା ପୂଜା ଫିକା ଫିକା

ଭୁବନେଶ୍ୱର: ଶ୍ରୀରାମଚନ୍ଦ୍ର ରାବଣଙ୍କୁ ବଧ କରିବା ପାଇଁ ଶରତ କାଳରେ ଶ୍ରୀ ଶ୍ରୀ ଦୁର୍ଗାପୂଜା କରିଥିଲେ । ଏହାକୁ ‘ଅକାଳବୋଧନ’ କୁହାଯାଏ । କାରଣ ଶରତକାଳ ସୂର୍ଯ୍ୟ ଦକ୍ଷିଣାୟନ କରନ୍ତି । ଶ୍ରାବଣ ମାସରୁ ପୌଷମାସ ସୂର୍ଯ୍ୟଙ୍କ ଦକ୍ଷିଣାୟନ; ମାଘରୁ ଆଷାଢ଼ ସୂର୍ଯ୍ୟଙ୍କର ଉତ୍ତରାୟନ । ଦକ୍ଷିଣାୟନ ଦେବତାଙ୍କର ରାତ୍ରି । ତେଣୁ ଉତ୍ତରାୟନ ଦେବତାଙ୍କ ଆରାଧନାର ପ୍ରକୃଷ୍ଟ ସମୟ । ରାବଣ, ବ୍ରହ୍ମାଙ୍କ ବରରେ ଅପାରଶକ୍ତିର ଆଧିକାରୀ ହୋଇଥିବାରୁ ତାଙ୍କୁ ବଧ କରିବା ନିମନ୍ତେ ଦେବୀଙ୍କ କୃପା ଆବଶ୍ୟକ । ତେଣୁ ବ୍ରହ୍ମା ଶ୍ରୀରାମଚନ୍ଦ୍ରଙ୍କୁ ଶରତ କାଳରେ ଦେବୀଙ୍କ କଳ୍ପାରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ । ଶ୍ରୀରାମଚନ୍ଦ୍ର ଦ୍ୱନ୍ଦ୍ୱରେ ପଡ଼ିଲେ । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ନିର୍ଦ୍ଦେଶ ଓ ଦେବଦେବୀଙ୍କର ଦକ୍ଷିଣାୟନ । ଏବେ ଆରମ୍ଭ ହେଇଛି ପାର୍ବଣର ଋତୁ। ଏହି ଋତୁରେ ପ୍ରତି କିଛି ଦିନ ଅନ୍ତରରେ ବିଭିନ୍ନ ପୂଜା ଓ ଜାନି ଯାତ୍ରା ଲାଗି ରହିଥାଏ। ଏହି ଜାନିଯାତ୍ରା ମାଧ୍ୟମରେ ମୃଣ୍ମୟ କାରୀଗରଙ୍କୁ ରୋଜଗାର ମିଳିଥାଏ। କିନ୍ତୁ ଚଳିତ ବର୍ଷ କରୋନା ଭୁତାଣୁ ସଂକ୍ରମଣର ଭୟ କାରଣରୁ ବିଭିନ୍ନ ଜାନିଯାତ୍ରା ପାଳନ ଉପରେ ସରକାର କଟକଣା ଲଗାଇଛନ୍ତି। ଯାହାର ସିଧା ସଳଖ ପ୍ରଭାବ ଏହି ମୃଣ୍ମୟ କାରୀଗରଙ୍କ ପରିବାର ଉପରେ ପଡିଛି। ପ୍ରତି ବର୍ଷ ଏହି ସମୟରେ ଗଜାନନ ଗଣେଷଙ୍କ ପୂଜା ଉତ୍ସବ ପାଇଁ ପୁର ପଲ୍ଲୀ ସବୁଠାରେ ଉତ୍ସବ ମୁଖର ହେଇଥାଏ। ପ୍ରତି ଶିକ୍ଷାନୁଷ୍ଠାନ ସମେତ କିଛି ସଂସ୍ଥା, କ୍ଲବ ଗ୍ରାମାଂଚଳର ବହୁ ସ୍ଥାନରେ ଗଜାନନ ଗଣେଷଙ୍କ ମୂର୍ତି ପୂଜା କରାଯାଇଥାଏ। ଏଥିପାଇଁ ସହରାଂଚଳ ସମେତ ଗ୍ରାମାଂଚଳ ରେ ରହୁଥିବା ଛୋଟ ବଡ ସମସ୍ତ କାରୀଗର କିଛି ରୋଜଗାର କରିଥାନ୍ତି। କେବଳ ଗଜାନନ ଗଣେଷଙ୍କ ମୂର୍ତି ନୁହେଁ ଏହାର ପରବର୍ତି ସମୟରେ ଆସୁଥିବା ବିଶ୍ୱକର୍ମା, ଦୁର୍ଗା ପୂଜା, ଗଜଲକ୍ଷ୍ମୀ, ଶ୍ୟାମାକାଳୀ, କାର୍ତିକେଶ୍ୱର ଆଦି ମୂର୍ତି ପୂଜା କରାଯାଇଥାଏ। ଏଥିପାଇଁ ସମସ୍ତ ମୂର୍ତି କାରୀଗର ମୂର୍ତି ତିଆରି କରି ଓ କୁମ୍ଭାର ପରିବାର ଦୀପ, ସରା ଆଦି ତିଆରି କରି କିଛି ରୋଜଗାର କରି ନିଜ ପରିବାର ପ୍ରତି ପୋଷଣ କରିଥାନ୍ତି। କିନ୍ତୁ ସେମାନଙ୍କ ଏହି ରୋଜଗାରକୁ ଛଡାଇ ନେଇଛି କରୋନା କଟକଣା। ପ୍ରତି ବର୍ଷ ମୂର୍ତି ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ମୂର୍ତି କାରୀଗର ଏବେ ହାତ ବାନ୍ଧି ବସିଛନ୍ତି। ସେହିଭଳି ବିଭିନ୍ନ ମାଟିରେ ଘରୋଇ ଉପକରଣ ତିଆରି କରି ଲୋକଙ୍କୁ ଯୋଗାଇ ଦୁଇ ପଇସା ରୋଜଗାର କରି ନିଜର ପରିବାର ପ୍ରତି ପୋଷଣ କରୁଥିବା ମାଟି କାରୀଗର (କୁମ୍ଭାର) ଏବେ ଦୁର୍ଦିନରେ। ତେଣୁ ପ୍ରଶାସନ ଏଭଳି ପରିବାରକୁ ଚିହ୍ନଟ କରାଯାଇ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking