28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଦର୍ଶକଙ୍କ ଗହଣ କୁ ଆସୁଛି “ରେଣ୍ଡୋ ମାଝୀ-The Hidden Stoty of 1853”

ଦର୍ଶକଙ୍କ ଗହଣ କୁ ଆସୁଛି “ରେଣ୍ଡୋ ମାଝୀ-The Hidden Stoty of 1853”

କଳାହାଣ୍ଡି: କଳାପୂର୍ଣ କଳାମଣ୍ଡିତ କଳାହାଣ୍ଡି ର ବୀର ସହିଦ୍ ରେଣ୍ଡୋ ମାଝୀ ଙ୍କୁ ନେଇ ଦର୍ଶକଙ୍କ ଗହଣ କୁ ଆସୁଛି “ରେଣ୍ଡୋ ମାଝୀ-The Hidden Stoty of 1853” । RB SP FILM’S PRODUCTIONS ବେନର ରେ ନିର୍ମିତ ହେବାକୁ ଯାଉଛି ଏହି ଚଳଚିତ୍ର । ଯେଉଁଠି ମୁଖ୍ୟ ଭୂମିକାରେ ଆସିବେ ଭର୍ଶାଟାଏଲ ପ୍ରଖ୍ୟାତ ଅଭିନେତା ମନୋଜ ମିଶ୍ର । ଏହାର ନିର୍ଦେଶନା ଭାର ସମ୍ଭାଳିଛନ୍ତି କଳାହାଣ୍ଡି ର ଯୁବ ନିର୍ଦେଶକ ଅମରେଶ ଜେନା , ଯିଏ କି ଓଲିଉଡ ର ଅନେକ ଚଳଚିତ୍ର ଏବଂ ଆଲବମରେ କ୍ୟାମେରା ଓ ନିର୍ଦେଶନା ରେ ନିଜର ବଳିଷ୍ଠ ଭୂମିକା ପ୍ରମାଣିତ କରିଛନ୍ତି । ଏହାର ପ୍ରଯୋଜନା ଦାୟିତ୍ୱ ରେ ଅଛନ୍ତି ବିଭୁ ପ୍ରସାଦ ରାଉତ, ଯିଏ କି ସୁଦୂର ଭୁବନେଶ୍ୱର ର ହୋଇଥିଲେ ମଧ୍ୟ କଳା ର ହାଣ୍ଡି କଳାହାଣ୍ଡିର ସଂସ୍କୃତି ଐତିହ,ପରମ୍ପରା, ପାଣି, ପବନକୁ ଭଲ ପାଇ ଚଳଚିତ୍ର ଭାର ନିଜ ଉପରେ ନ୍ୟସ୍ତ କରିଛନ୍ତି । ଏହି ଚଳଚ୍ଚିତ୍ର ରେ ଗବେଷକ ଓ ସଂଳାପ ରେ ଅଛନ୍ତି କଳାହାଣ୍ଡିର ବିଶିଷ୍ଠ ନାଟ୍ୟକାର ପରମେଶ୍ୱର ମୁଣ୍ଡ । ଚଳଚିତ୍ର ରେ କ୍ୟାମେରା ଭାର ସଂଭାଳିଛନ୍ତି ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ କ୍ୟାମେରା ମ୍ୟାନ କୁମାର ଚୋଡଗଙ୍ଗ ଦେବ ମହାପାତ୍ର । ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜ୍ୟ ପୁରସ୍କାର ପ୍ରାପ୍ତ ପଙ୍କଜ ଜାଲ । ଚଳଚ୍ଚିତ୍ର ଟି ଉଭୟ କୋଶଲି ଏବଂ ହିନ୍ଦୀ ଭାଷାରେ ତିଆରି କରାଯାଉଛି ଏବଂ ଏଥିରେ ଅଭିନେତା ଓ ଟେକ୍ନନିସିଏନ ପଶ୍ଚିମ ଓଡିଶା ଏବଂ ଵଲିଉଡ଼ ର ବୋଲି ନିର୍ଦେଶକ ଅମେରେଶ ଜେନା ଓ ପ୍ରୟୋଜକ ବିଭୁପ୍ରସାଦ ରାଉତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking