27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବିଦ୍ୟୁତ ବିଭାଗ ଠିକାଧାର କର୍ମଚାରୀ ମାନଙ୍କୁ ବେତନ ନ ଦେବା ପ୍ରତିବାଦ କରି ବିଦ୍ୟୁତ...

ବିଦ୍ୟୁତ ବିଭାଗ ଠିକାଧାର କର୍ମଚାରୀ ମାନଙ୍କୁ ବେତନ ନ ଦେବା ପ୍ରତିବାଦ କରି ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଯାଜପୁର:ଯାଜପୁର ରୋଡ ବିଦ୍ୟୁତ ମଣ୍ଡଳର ଅଧିକ୍ଷକ ଯନ୍ତ୍ରୀ (ଏସଇ)ଙ୍କ କାର୍ଯ୍ୟାଳୟ ସମୁଖରେ କର୍ମଚାରୀମାନେ ଧାରଣାରେ ବସିଲେ । ଠିକା ଦାରା ବିରୁଦ୍ଧରେ ନାର ବାଜି ଦେଇ ବେତନ ଦେବାପାଇଁ ଦାବୀ କରିଛନ୍ତି । ଏହି କର୍ମଚାରୀ ମାନେ ଯାଜପୁର ରୋଡ ବିଦ୍ୟୁତ ମଣ୍ଡଳ(ନେସ୍କୋ )ର ବିଭିନ୍ନ ବିଦ୍ୟୁତ ସେକ୍ସନରେ 2ଜଣ ଠିକା ଧାରେ ଅଧୀନରେ ଠିକା ଶ୍ରମିକ ମାନେ କାର୍ଯ୍ୟ କରିଥାନ୍ତି । ସେମାନଙ୍କୁ ନିୟମିତ ଦରମା ଠିକ ଭାବରେ ମିଳେ ନାହିଁ । ଜୀବନକୁ ପାଣି ଛଡାଇ ଦିନ ରାତି ଖରା ବର୍ଷାରେ ଠିକାଦାର ଓ ବିଦ୍ୟୁତ ବିଭାଗର କର୍ତ୍ତୃପକ୍ଷ କାର୍ଯ୍ୟ କରାଇଥାନ୍ତି । ସୂଚନା ମୁତାବକ, ମୂଖ୍ୟତଃ ବିରଜା କନଷ୍ଟ୍ରକସନ ଓ ପତି କନଷ୍ଟ୍ରକସନ ନାମକ ଠିକାଦାର ମାନେ କର୍ମଚାରୀ ମାନଙ୍କୁ ବକେୟା ପାଉଣା ,ବୋନସ , ସମାନ କାମକୁ ସମାନ ଦରମା ଦେଉ ନ ଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ମାନେ । ଏହାକୁ ନେଇ ବାରମ୍ବାର ଅଭିଯୋଗ କରିବା ସହ ଧାରଣ ଦେଇ ଆସୁଛନ୍ତି କର୍ମଚାରୀ ମାନେ । କିନ୍ତୁ ବିଭାଗ ଅଧିକାରୀ ଅଧିକ୍ଷଣ ଯନ୍ତ୍ରୀ (ଏସଇ )ପକ୍ଷରୁ ମଧ୍ୟ ବାରମ୍ବାର ସମୟ ନେଇ କୌଣସି ସମାଧାନ କରୁନାହାନ୍ତି ବିଭାଗୀୟ ଅଧିକାରୀ ଏସଇ। କର୍ମଚାରୀ ଙ୍କ କହିବା କଥା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଆମ୍ଭେମାନେ ସବୁ ସୁବିଧା ସୁଯୋଗରୁ ବଂଚିତ ହେଇଛୁ । ଠିକାଦାରଙ୍କ ଏଭଳି ମନମୁଖୀ କାର୍ଯ୍ୟକୁ ଘଣ୍ଟଘୋଡାଉଛନ୍ତି ବିଭାଗୀୟ ଅଧିକାରୀ ଏସଇ । ତେଣୁ କରି ଆଜିଠାରୁ ଯେ ପର୍ଯ୍ୟନ୍ତ ଆମ୍ଭମାନଙ୍କ ସମସ୍ୟାର ସମାଧାନ ନ ହେଇଛି ସେ ପର୍ଯ୍ୟନ୍ତ ଠିକା କର୍ମଚାରୀ ଧାରଣା ଜାରି ରଖିବେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking