28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟ ସରକାରଙ୍କ ପୂଜା ଗାଇଡଲାଇନ୍ ; ବ୍ୟାଣ୍ଡ-ବାଜା , ଡିଜେ ଉପରେ କଟକଣା

ରାଜ୍ୟ ସରକାରଙ୍କ ପୂଜା ଗାଇଡଲାଇନ୍ ; ବ୍ୟାଣ୍ଡ-ବାଜା , ଡିଜେ ଉପରେ କଟକଣା

ଭୁବନେଶ୍ୱର: ବ୍ୟାଣ୍ଡ-ବାଜା ଏବଂ ଡିଜେ ଇତ୍ୟାଦି ଉପରେ କଟକଣା ଲଗାଇଛନ୍ତି ସରକାର ।ବାଜିବନି ବାଜା କି ହେବନି ରୋଷଣୀ । ଏଥର ଦଶହରାରେ ଡିଜେ ଉପରେ ବି ଲାଗିଛି ରୋକ । ଏଥି ସହିତ ଲାଉଡ ସ୍ପିକର ବଜାଇବା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । ଦଶହରା ପାଖେଇ ଆସୁଥିବା ବେଳେ ପୂଜାକୁ ନେଇ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଭସାଣି ପାଇଁ ଅନୁମତି ଥିଲେ ବି ଗାଇଡଲାଇନ ଅନୁସାରେ ହେବ ମାଆ ଦଶଭୂଜାଙ୍କ ବିସର୍ଜନ । କୋଭିଡ ଯୋଗୁଁ ପୂଜା ବନ୍ଦ ରହିଥିବା ବେଳେ ଏ ବର୍ଷ ଦଶହରାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ । କିନ୍ତୁ ଏହି ସମୟରେ ସରକାର କିଛି କଟକଣା ଲାଗୁ କରିଛନ୍ତି । ଚଳିତ ବର୍ଷ ବ୍ୟାଣ୍ଡ ଏବଂ ଡିଜେକୁ ନେଇ କଟକଣା ଜାରି ହୋଇଛି । ପୂଜାରେ ବ୍ୟାଣ୍ଡ କିମ୍ବା ଡିଜେ ଲଗାଇପାରିବେ ନାହିଁ ଭକ୍ତ । ଏଥି ସହିତ ଲାଉଡ ସ୍ପିକର ସାଉଣ୍ଡ ପାଇଁ ମଧ୍ୟ ସୀମା ଧାର‌୍ୟ୍ୟ କରାଯାଇଛି । କୌଣସି ଅନୁଷ୍ଠାନ ୬୫ ଡେସିବିଲରୁ ଅଧିକ ସାଉଣ୍ଡରେ ଲାଉଡ ସ୍ପିକର ବଜାଇ ପାରିବ ନାହିଁ । ଏ ନେଇ କଡା ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ସେହିପରି ଭସାଣି ପାଇଁ ଚଳିତବର୍ଷ ଅନୁମତି ପ୍ରଦାନ କରାଯାଇଥିଲେ ବି ଏଥିରେ କଟକଣା ଲାଗୁ ହୋଇଛି । ଭସାଣି ସମୟରେ ଗୋଟିଏ ବ୍ୟାଣ୍ଡ ଏବଂ ଗୋଟିଏ ମ୍ୟୁଜିକ ପାର୍ଟିକୁ ଅନୁମତି ମିଳିପାରିବ । କେବଳ ସେତିକି ନୁହେଁ, ମ୍ୟଜିକ ପାର୍ଟିର ମାତ୍ର ୪-୫ଟି ସାଉଣ୍ଡ ବକ୍ସ ହିଁ ବ୍ୟବହହାର କରିପାରିବେ ବୋଲି କୁହାଯାଇଛି । ତେବେ ଏହିସବୁ ନିୟମର ଅବମାନନା କଲେ ଅନୁଷ୍ଠାନ ତଥା କର୍ମକର୍ତ୍ତାଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking