32.1 C
Bhubaneswar
Friday, April 26, 2024
Homeଅପରାଧନିର୍ଭୟା ଗଣଦୁଷ୍କର୍ମ ମାମଲା : ଫାଶି ତାରିଖ ଘୁଞ୍ଚିଲା ଫେବୃଆରୀ ୧

ନିର୍ଭୟା ଗଣଦୁଷ୍କର୍ମ ମାମଲା : ଫାଶି ତାରିଖ ଘୁଞ୍ଚିଲା ଫେବୃଆରୀ ୧

ନୂଆଦିଲ୍ଲୀ: ନିର୍ଭୟା ଦେଷୀଙ୍କ ଫାଶି ଲାଗି ସାନି ତାରିଖ ଧାର୍ଯ୍ୟ କରାଗଲା । ଫେବୃଆରୀ ୧ତାରିଖ ସକାଳ ୬ଟାରେ ଦିଆଯିବ ଫାଶି । ପୁନଃ ଡେଥ ୱାରେଣ୍ଟ ଜାରି କଲେ ପଟିଆଲ ହାଉସ କୋର୍ଟ । ଆଜି ମୁକେଶର ରାଜକ୍ଷମା ଆବେଦନ ଖାରଜ ହୋଇଥିଲା । ମୁକେଶର ରାଜକ୍ଷମା ଆବେଦନ ଖାରଜ ପରେ ପୁଣି ଡେଥ ୱାରେଣ୍ଟ । ଆଜି ମୁକେଶର ରାଜକ୍ଷମା ଆବେଦନ ଖାରଜ ହୋଇଥିଲା ।
ଆଜି ସକାଳେ ମୁକେଶ ସିଂହର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରିବା ପରେ କୋର୍ଟ ନୂତନ ତାରିଖ ଘୋଷଣା କରିଛନ୍ତି । ରାଜକ୍ଷମା ଆବେଦନ ଉପରେ ଫଏସଲା ନ ହେବା ପର୍ଯ୍ୟନ୍ତ ଫାଶୀ ହୋଇପାରିବ ନାହିଁ ବୋଲି ଦର୍ଶାଇ ଦୋଷୀ ମୁକେଶ ସିଂହ ପକ୍ଷରୁ ତଳ କୋର୍ଟରେ ମାମଲା ରୁଜୁ ହୋଇଥିଲା । ଗତକାଲି ରାଜକ୍ଷମା ଆବେଦନ ସଂପର୍କରେ ରାଷ୍ଟ୍ରପତିଙ୍କ ରାୟ ଆସି ନ ଥିବାରୁ କୋର୍ଟ ୨୨ ତାରିଖରେ ମୃତ୍ୟୁ ପରୱାନା କାର୍ଯ୍ୟକାରୀ ହୋଇପାରିବ ନାହିଁ  ବୋଲି ମନ୍ତବ୍ୟ ରଖି ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ଫାଶୀ ନ ହେବା ନେଇ ରିପୋର୍ଟ ମାଗିଥିଲେ ।
ଆସନ୍ତା ଫେବୃଆରୀ ୧ ତାରିଖରେ ଫାଶୀ ପାଇବେ । ସେହିଦିନ ସକାଳ ୬ଟା ବେଳକୁ ଏହି ଦୋଷୀମାନଙ୍କୁ ଫାଶୀ ଦିଆଯିବ । ଅତିରିକ୍ତ ସେସନ୍ସ ଜଜ୍‌ ସତୀଶ କୁମାର ଆରୋରା ଏହି ରାୟ ଦେଇଛନ୍ତି । ଏହା ପୂର୍ବରୁ ଦିଲ୍ଲୀର ତିହାର ଜେଲ୍‌ ଦୋଷୀଙ୍କ ବିରୋଧରେ ନୂଆ ଡେଥ୍‌ ୱାରେଣ୍ଟ ପାଇଁ ଆବେଦନ କରିଥିଲେ । ସରକାରୀ ଓକିଲ ଇରଫାନ୍‌ ଅହମ୍ମଦ କୋର୍ଟଙ୍କୁ କହିଥିଲେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି । ଏହାପରେ କୋର୍ଟ ନିଜ ନିଷ୍ପତ୍ତି ଶୁଣାଇଥିଲେ ।
https://onakhabar.com/2020/01/17/nirbhaya-rape-case-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking