29.1 C
Bhubaneswar
Thursday, April 25, 2024
Homeଓଡିଶାସମୁଦ୍ରରୁ ଉଦ୍ଧାର ହେଲା ସରକାରୀ ଯାତ୍ରୀବାହୀ ଲଞ୍ଚ,ଅଳ୍ପକେ ବଞ୍ଚିଲେ ଯାତ୍ରୀ

ସମୁଦ୍ରରୁ ଉଦ୍ଧାର ହେଲା ସରକାରୀ ଯାତ୍ରୀବାହୀ ଲଞ୍ଚ,ଅଳ୍ପକେ ବଞ୍ଚିଲେ ଯାତ୍ରୀ

ଭଦ୍ରକ: ଘନ କୁହୁଡି ଯୋଗୁଁ ବାଟବଣା ହୋଇଥିଲା ସରକାରୀ ଯାତ୍ରୀ ବାହୀ ଲଞ୍ଚ ,ପ୍ରାୟ ୫ ଘଣ୍ଟା ପରେ ସମୁଦ୍ରରୁ ଉଦ୍ଧାର ହେଲା ଲଞ୍ଚ । ଏହକୁ ଉଦ୍ଧାର କରିଛି ଧାମରା ମେରାଇନ୍ ପୁଲିସ। ପ୍ରାୟ ୨୫ ଜଣ ଯାତ୍ରୀଙ୍କୁ ଧରି ଆଜି ସକାଳୁ କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଘାଟରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏହି ସରକାରୀ ଲଞ୍ଚ। ବ୍ରାହ୍ମଣୀ-ବୈତରଣୀ ମୁହାଣ ଦେଇ ଚାନ୍ଦବାଲି ଅଭିମୁଖେ ଯାଉଥିବା ବେଳେ ନିର୍ଦ୍ଦିଷ୍ଟ ଜଳପଥ ବଦଳରେ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲା। କିନ୍ତୁ ଚାଳକଙ୍କ ଉପସ୍ଥିତ ବୁଦ୍ଧି ହେତୁ ସମସ୍ତ ଯାତ୍ରୀ ନିଶ୍ଚିତ ମରଣ ମୁହଁରୁ ରକ୍ଷା ପାଇଥିଲେ । ଖବର ପାଇ ରାଜନଗର ପୁଲିସ ସହାୟତାରେ ଧାମରା ମେରାଇନ୍ ଥାନାର ଏକ ୬ ଜଣିଆ ଟିମ୍ ସ୍ପିଡ୍ ବୋଟ୍ ଜରିଆରେ ଲଞ୍ଚ ନିକଟକୁ ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking