33.1 C
Bhubaneswar
Saturday, April 27, 2024
Homeଖେଳଟୋକିଓ ଅଲିମ୍ପିକ୍ : ଫାଇନାଲରେ ନିରଜ ଚୋପ୍ରା

ଟୋକିଓ ଅଲିମ୍ପିକ୍ : ଫାଇନାଲରେ ନିରଜ ଚୋପ୍ରା

ଟୋକିଓ : ଟୋକିଓ ଅଲିମ୍ପିକର ତ୍ରୟୋଦଶ ଦିବସରେ ଭାରତକୁ ଶୁଭ ଖବର ଆସିଛି । ଭାରତର ଷ୍ଟାର ଆଥଲେଟ୍ ନିରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ଫାଇନାଲରେ ପହଞ୍ଚିଛନ୍ତି । ଏଥିସହ ଗ୍ରୁପ ‘ଏ’ରେ ନିରଜ ପ୍ରଥମ ସ୍ଥାନରେ ରହିଛନ୍ତି । ଅଲିମ୍ପିକର କ୍ୱାଲିଫିକେସନ ରାଉଣ୍ଡରରେ ୮୬.୬୫ ମିଟର ଦୂରତା ଥ୍ରୋ କରି ନିରଜ ଏହି ଗୌରବ ହାସଲ କରିଛନ୍ତି । ୨୩ ବର୍ଷୀୟ ନିରଜ ନିଜର ପ୍ରଥମ ପ୍ରୟାସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିବା ସହ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ କରିଛନ୍ତି । କୋଭିଡ୍-୧୯ କାରଣରୁ ନିରଜଙ୍କ ଅଲିମ୍ପିକ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଥିଲା । ତଥାପି ସେ ନିଜର ପ୍ରଶଂସକଙ୍କୁ ନିରାଶ ନ କରି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାରେ ସକ୍ଷମ ହୋଇଛନ୍ତି । ଆସନ୍ତା ୭ ତାରିଖ ଦିନ ଫାଇନାଲ ହେବାକୁ ଥିବାବେଳେ ଏଥିରେ ୧୨ ଜଣ ଶୀର୍ଷ ଖେଳାଳି ସ୍ଥାନ ପାଇବେ ବୋଲି ଜଣାପଡ଼ିଛି । ପୂର୍ବରୁ ନିରଜ ଏସିଆନ୍ ଗେମ୍ସ, କମନୱେଲଥ୍ ଗେମ୍ସ ଓ ଏସିଆନ୍ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦ ହାସଲ କରିଥିଲେ।

ଟୋକିଓ ଅଲିମ୍ପିକରେ ପୁଣି ଚମକିଲା ଭାରତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking