29.1 C
Bhubaneswar
Saturday, April 27, 2024
Homeଅପରାଧନିର୍ଭୟା ମାମଲାରେ ନାବାଳକ ଟ୍ୱିଷ୍ଟ

ନିର୍ଭୟା ମାମଲାରେ ନାବାଳକ ଟ୍ୱିଷ୍ଟ

ନୂଆଦିଲ୍ଲୀ :୨୦୧୨ରେ ରାଜଧାନୀ ନୂଆଦିଲ୍ଲୀର ଏକ ଚଳନ୍ତା ବସ୍ ମଧ୍ୟରେ ପାରାମୋଡିକାଲ ଛାତ୍ରୀ ନିର୍ଭୟାଙ୍କୁ- ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ସିଂ ଠାକୁର, ମୁକେଶ ସିଂହ ଓ ରାମ ସିଂହ ନାମକ- ୫ ଜହ୍ଲାଦ ନିର୍ମମ ଭାବେ ଗଣଦୁଷ୍କର୍ମ କରି ରାଜଧାନୀର ରାଜରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଫାଷ୍ଟଟ୍ରାକ୍ କୋର୍ଟରେ ଏହି ମାମଲାର ବିଚାର ହେବାପରେ ବିଚାରପତି ଏହି ୫ ଜଣଙ୍କୁ ଏହି ମାମଲାରେ ଅପରାଧୀ ଘୋଷିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।
ତେବେ, ତିହାର ଜେଲରେ ଥିବା ଏହି ୫ ଜଣ ଅପରାଧୀଙ୍କ ମଧ୍ୟରୁ ରାମ ସିଂହ ଗତ ୨୦୧୩ ମାର୍ଚ୍ଚ ମାସରେ ଆତ୍ମହତ୍ୟା କରିଦେବା ପରେ ଏବେ ଅନ୍ୟ ୪ ଅପରାଧୀ ଏବେ ତିହାର ଜେଲରେ ରହିଛନ୍ତି। ତେବେ ଏହି ଘଟଣା ବେଳକୁ ପବନ ଗୁପ୍ତ ଥିଲେ କିଶୋର । ସେ ସଂକ୍ରାନ୍ତ ସଦ୍ୟ କାଗଜପତ୍ର ଦାଖଲ କରିବାକୁ ଓକିଲ ସମୟ ମାଗିଥିଲେ ।ତେବେ ଏହି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନ ଉପରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ନବଗଠିତ ଏକ ତିନିଜଣିଆ ବେଞ୍ଚ ଏହି ଶୁଣାଣି ଶେଷ କରିଥିବା ବେଳେ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତ ନାବାଳକ ଥିଲେ ବୋଲି ତାଙ୍କ ଓକିଲ ଏ ପି ସିଂହ ଆବେଦନ କରିବାରୁ ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ତାଙ୍କ ଶୁଣାଣିକୁ ୨୦୨୦ ମସିହା ଜାନୁଆରି ୨୪ ତାରିଖ ଯାଏଁ ମୁଲତବୀ ରଖିଥିଲେ। କିନ୍ତୁ, ଅଦାଲତ ନିଜ ଆଦେଶକୁ ପ୍ରତ୍ୟାହାର କରିନେବା ସହ ଆଜି ହିଁ ଆବେଦନର ଶୁଣାଣି କରାଯିବା ବୋଲି ଘୋଷଣା କରିଛନ୍ତି। ଏବେ କୋର୍ଟ ମାଷ୍ଟର୍ ଓକିଲଙ୍କୁ ଡକାଇ ମାମଲାର ଶୁଣାଣି କରିବେ।ଦିଲ୍ଲୀ ନିର୍ଭୟା ମାମଲାରେ ଦୋଷୀ ପୱନ ଗୁପ୍ତା ଆବେଦନର ଆଜି ଶୁଣାଣି ହେବ । ପୱନ ଆବେଦନର ଶୁଣାଣି ଆଜି କରିବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ହାଇକୋର୍ଟ । ଘଟଣା ସମୟରେ ନାବାଳକ ଥିବା ଯୁକ୍ତି ଦର୍ଶାଇ ପୱନ କରିଛି ଆବେଦନ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking