ବାରବାଟୀ କାଉଣ୍ଟରରେ ଟିକେଟ ବିକ୍ରି

କଟକ: ବାରବାଟୀରେ ଦିନିକିଆ ମ୍ୟାଚ ପାଇଁ ୧୨ଟି କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଗଲାଣି । ତେବେ ଏହି ଦିନିକିଆ ମ୍ୟାଚର ଟିକେଟ ନେବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ୧୨ଟି କାଉଣ୍ଟରରେ ୧୦ହଜାର ୩୯ଟି ଟିକେଟ ବିକ୍ରି କରାଯିବ । ଟିକେଟ ନେବ ପାଇଁ କାଉଣ୍ଟର ଆଗରେ ରାତିରୁ ଳମ୍ବା ଲାଇନ ଲାଗିଛି । ଲୋକଙ୍କ ଅସମ୍ଭାଳ ଭିଡ ଦୃଷ୍ଟିରୁ ବ୍ୟାରିକେଡ ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଆସନ୍ତ ଏବେ ଭଲ ଫର୍ମରେ ରହିଥିବା ବେଳେ ସମସ୍ତଙ୍କ ମନରେ ଗଭୀର ଆତ୍ମ ବିଶ୍ୱାସ ମଧ୍ୟ ରହିଛି  । ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ ହେବ । ବିଶାଖାପାଟଣା ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଥିବାରୁ ବାରବାଟୀରେ ମଧ୍ୟ ଭାରତ ବିଜୟ ଲାଭ କରିବ ବୋଲି ଆଶା କରାଯାଉଛି ।
ଆଜି ସକାଳ ୯ଟାରେ ଟିକେଟ ବିକ୍ରି ପାଇଁ କାଉଣ୍ଟର ଖୋଲାଯାଇଛି । ନିଜର ଆବଶ୍ୟକ ପରିଚୟପତ୍ର ଦେଖାଇ ଜଣେ ବ୍ୟକ୍ତି କାଉଣ୍ଟରରୁ ସର୍ବାଧିକ ୨ଟି ଟିକେଟ କିଣିପାରିବ ବୋଲି ସ୍ଥିର ହୋଇଛି । ସେହିପରି ୩ ବର୍ଷରୁ ଅଧିକ ବର୍ଷ ପିଲା ପାଇଁ ମଧ୍ୟ ଟିକେଟ ଲାଗିବ ବୋଲି ଜଣାପଡ଼ିଛି । ଟିକେଟ ପାଇଁ ଶହ ଶହ କ୍ରିକେଟ ପ୍ରେମୀ ବାରବାଟୀ କାଉଣ୍ଟର ସମ୍ମୁଖରେ ଗତକାଲି ରାତିରୁ ଅନିଦ୍ରା ରହି ଲାଇନ ଲଗାଇଛନ୍ତି । ଶୃଙ୍ଖଳିତ ଟିକେଟ ବିକ୍ରି ପାଇଁ ଓସିଏ ଓ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।