35.1 C
Bhubaneswar
Saturday, May 4, 2024
Homeଓଡିଶାପହଞ୍ଚିଲେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଟିମ

ପହଞ୍ଚିଲେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଟିମ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ କ୍ରିକେଟ ଟିମ । ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ସଦସ୍ୟ ମଧ୍ୟ ପହଞ୍ଚିଲେ । ବିଶାଖାପାଟଣାରୁ ଆସି ଭୁବନେଶ୍ୱରରେ ପହଞ୍ଚିଲେ । ଏୟାରପୋର୍ଟରୁ ସିଧା ହୋଟେଲ ଗଲେ ଉଭୟ ଦଳର ଖେଳାଳି । ଉଭୟ ଦଳ ଖେଳାଳୀଙ୍କ ରହଣୀ ପାଇଁ ମେ ଫେୟାର ହୋଟେଲରେ ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କୁ ସୁରକ୍ଷା ପ୍ରଦାନ ପାଇଁ ୨୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉଭୟ ଦଳର ଖେଳାଳିଙ୍କୁ ସ୍ୱତନ୍ତ୍ର ଭାବେ ଷ୍ଟାଡିୟମକୁ ନିଆଯିବ ।
ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯାଇଛି । ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନାଇରେ ଖେଳାଯାଇଛି । ଡିସେମ୍ବର ୧୮ରେ ଦ୍ୱିତୀୟ ମ୍ୟାଚ୍ ଭାଇଜାଗରେ ଖେଳାଯାଇଛି । ଆସନ୍ତା ୨୨ତାରିଖରେ ବାରବାଟୀରେ ୱାନଡେ ଖେଳାଯିବ ।
https://onakhabar.com/2019/12/19/barabati-ticket-sell/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking