29.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଟୋଲ ଗେଟରେ ଏବେ ୧୦ ସେକେଣ୍ଡରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନି

ଟୋଲ ଗେଟରେ ଏବେ ୧୦ ସେକେଣ୍ଡରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନି

ନୂଆଦିଲ୍ଲୀ: ସାରା ଦେଶରେ ଟୋଲ ପ୍ଲାଜାରେ ଟ୍ରାଫିକକୁ ସୁଗମ ବନାଇବା ପାଇଁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ  ନୂଆ ଗାଇଡଲାଇନ ଜାରି କରିଛି । ଦେଶରେ ଟୋଲ ଗେଟମାନଙ୍କରେ ଗାଡିମାନଙ୍କ ଅପେକ୍ଷା ସମୟ ହ୍ରାସ କରିବା ପାଇଁ ଟୋଲ ପ୍ଲାଜାଗୁଡିକ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଥରିଟି କହିଛି ଯେ, ପ୍ରତି ଗାଡିକୁ ୧୦ ସେକେଣ୍ଡରେ ସେବା ମିଳିଯିବା ଦରକାର । ଗାଇଡଲାଇନରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଗାଡିଗୁଡିକର ଲାଇନ ୧୦୦ ମିଟରରୁ ଅଧିକ ହୋଇଯାଉଛି, ତେବେ ଆଗ ଗାଡିମାନଙ୍କ ଠାରୁ ଟୋଲ ନନେଇ ତାଙ୍କୁ ଛଡାଯିବ । ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ଲାଇନ ୧୦୦ ମିଟର ଭିତରକୁ ନଆସିଛି । ଫାଷ୍ଟ୍ୟାଗ ବାଧ୍ୟତାମୂଳକ ହେବା ପରେ ଯଦିଓ ଟୋଲପ୍ଲାଜାରେ ପ୍ରତୀକ୍ଷା ସମୟ ନାହିଁ । ଯଦି ଟୋଲରେ କୌଣସି କାରଣ ପାଇଁ ବାହନଗୁଡିକର ଧାଡି ୧୦୦ ମିଟରରୁ ଅଧିକ ହୁଏ, ତେବେ ସେଭଳି ସ୍ଥିତିରେ ଗାଡିକୁ ଟୋଲ ନନେଇ ଯିବାକୁ ଅନୁମତି ମିଳିବ । ଯେପର୍ଯ୍ୟନ୍ତ ସେହି ଲାଇନ ପୁଣଇ ୧୦୦ ମିଟରକୁ ନଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking