36.1 C
Bhubaneswar
Saturday, May 4, 2024
Homeଓଡିଶାଟିକା ଟେଣ୍ଡର ପ୍ରକ୍ରିୟା ଘୁଂଚିଲା

ଟିକା ଟେଣ୍ଡର ପ୍ରକ୍ରିୟା ଘୁଂଚିଲା

ଭୁୁବନେଶ୍ୱର: ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଘୁଂଚିଛି । ୧ ସପ୍ତାହ ଟେଣ୍ଡର ପ୍ରକ୍ରିୟା ଘୁଂଚାଇଛନ୍ତି ରାଜ୍ୟ ସରକାର । ଆଜି ସରିବାକୁ ଥିବା ପ୍ରକ୍ରିୟା ଜୁନ ୪ ପର୍ଯ୍ୟନ୍ତ ଘୁଂଚିଛି । ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଛନ୍ତି ରାଜ୍ୟ ସରକାର । ଦେଶରେ କୋରୋନା ଭୟଙ୍କର ସ୍ଥିତିରେ ଥିବାବେଳେ ଅତି ତ୍ବରିତ ବେଗରେ ଟୀକାକରଣର ଆବଶ୍ୟକତା ରହିଛି । ତେବେ କେନ୍ଦ୍ର ସରକାର ସମେତ ବିଭିନ୍ନ ରାଜ୍ୟ ତ୍ବରାନ୍ୱିତ ଭାବେ ଟୀକାକରଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି । ତେବେ ଦେଶରେ ପ୍ରସ୍ତୁତ ହେଉଥିବା ଦୁଇ ସ୍ବଦେଶୀ ଟିକାର ଉତ୍ପାଦନରେ ବିଳମ୍ବ ବା ଅଭାବ କାରଣରୁ ଟିକାକରଣ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହେବା ସ୍ଥିତି ଦେଖିବାକୁ ମିଳିଲାଣି । ଏପରି ସ୍ଥଳେ ବିଭିନ୍ନ ରାଜ୍ୟ ସରକାର ଟିକା ଆମଦାନୀ ପାଇଁ ଗ୍ଲାେବାଲ ଟେଣ୍ଡର ପ୍ରକ୍ରିୟାକୁ ଆପଣାଇଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking