26.1 C
Bhubaneswar
Friday, March 29, 2024
Homeବଲିଉଡସୁୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ସିଦ୍ଧାର୍ଥ ପିଠାନୀ ଗିରଫ

ସୁୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ସିଦ୍ଧାର୍ଥ ପିଠାନୀ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ଗିରଫ କରିଛି । ସିଦ୍ଧାର୍ଥ ପିଠାନୀ ସୁଶାନ୍ତ ସିଂ ଙ୍କ ଆତ୍ମହତ୍ୟା ସମୟରେ ଘରେ ଉପସ୍ଥିତ ଥିବା ୪ ଜଣଙ୍କ ମଧ୍ୟରୁ ଜଣେ । ସିଦ୍ଧାର୍ଥଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇ ମୁମ୍ବାଇ ଅଣାଯାଇଛି । ତାଙ୍କର ଗତସପ୍ତାହରେ ନିର୍ବନ୍ଦ ସରିଛି । ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିଦ୍ଧାର୍ଥଙ୍କ ନାଁ ବି ମିଡିଆରେ ଚର୍ଚ୍ଚାରେ ରହିଥିଲା । ସିଦ୍ଧାର୍ଥ ହିଁ ପ୍ରଥମେ ଘର ଭିତରେ ସୁଶାନ୍ତ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ପୁଲିସ ଓ ହସ୍ପିଟାଲକୁ ଫୋନ କରିଥିଲେ । ତେବେ ଏନସିବି ଅଧିକାରୀ ଏବେ ସିଦ୍ଧାର୍ଥ ପିଠାନୀଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚୁରା କରିବେ । କ୍ରିଏଟିଭ ଆର୍ଟ ଡିଜାଇନର ସିଦ୍ଧାର୍ଥ ପଠାନୀ ସୁଶାନ୍ତଙ୍କ ସବୁଠୁ ଅନ୍ତରଙ୍ଗ ବନ୍ଧୁ ଥିଲେ । ଯେତେବେଳେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଘରେ ରହୁନଥିଲେ ସେ ସୁଶାନ୍ତଙ୍କ ସାମ୍ନା ରୁମ ରେ ରହୁଥିଲେ । ସିବିଆଇ ନିଜ ତଦନ୍ତରେ ବହୁଜ ଲୋକଙ୍କୁ ପଚରାଉଚୁରା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking