25.1 C
Bhubaneswar
Thursday, May 9, 2024
Homeକ୍ରିକେଟ୍ ବିଶ୍ୱକପ୍‌-୨୦୨୩ନ୍ୟୁଜିଲାଣ୍ଡର ବିଶ୍ୱକପ୍ ଦଳ: ଜାମିଶେନ୍ ବାଦ୍‌; ଫେରିଲେ ନୀଶମ ଓ ୟଙ୍ଗ

ନ୍ୟୁଜିଲାଣ୍ଡର ବିଶ୍ୱକପ୍ ଦଳ: ଜାମିଶେନ୍ ବାଦ୍‌; ଫେରିଲେ ନୀଶମ ଓ ୟଙ୍ଗ

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଭାରତରେ ୨୦୨୩ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଖେଳାଯିବ । ଏଥିପାଇଁ ସୋମବାର ନ୍ୟୁଜିଲାଣ୍ଡ ପକ୍ଷରୁ ୧୫ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରାଯାଇଛି । ଏହି ଦଳରୁ କାଏଲ ଜାମିଶେନ୍ ଓ ଆଡାମ ମିଲ୍‌ନେ ବାଦ୍ ପଡ଼ିଥିବା ବେଳେ ସେଣ୍ଟ୍ରାଲ ଚୁକ୍ତିରେ ନଥାଇ ମଧ୍ୟ ଟ୍ରେଣ୍ଟ ବୋଲ୍ଟ ଓ ଅଲ୍‌ରାଉଣ୍ଡର ଜମ୍ମି ନୀଶମ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଫିନ୍ ଆଲେନ୍‌ଙ୍କ ପରିବର୍ତ୍ତେ ଚୟନକର୍ତ୍ତା ୱିଲ ୟଙ୍ଗଙ୍କୁ ଦଳରେ ନେଇଛନ୍ତି ।

ଦ୍‌୍ରୁତ ବୋଲିଂରେ ବୋଲ୍ଟଙ୍କ ସହ ଟିମ୍ ସାଉଦି, ଲୋକି ଫର୍ଗୁସନ୍ ଓ ମ୍ୟାଟ୍ଟ ହେନରୀ ରହିଛନ୍ତି । ତାଙ୍କ ସହ ଦୁଇ ଅଲ୍‌ରାଉଣ୍ଡର ଡାରେଲ ମିଚେଲ ଓ ନୀଶମ ସାମିଲ ହୋଇଛନ୍ତି । ସ୍ପିନ୍ ବୋଲିଂରେ ଇଶ୍ ସୋଢ଼ିଙ୍କ ସହ ମିଚେଲ ସାଣ୍ଟନର୍‌ଙ୍କୁ ଦଳରେ ନିଆଯାଇଛି । ଏନେଇ ହେଡ଼୍ କୋଚ୍ ଗ୍ୟାରୀ ଷ୍ଟିଡ୍ କହିଛନ୍ତି କି, ବିଶ୍ୱକପ୍ ପାଇଁ କେନ୍ ୱିଲିୟମ୍‌ସନ୍ ଦଳର ଅଧିନାୟକ ରହିଛନ୍ତି । କିନ୍ତୁ ସେ ସୁସ୍ଥ ହୋଇନଫେରିବା ପର୍ଯ୍ୟନ୍ତ ଉପ ଅଧିନାୟକ ଟମ୍ ଲାଥମ ଦଳର ନେତୃତ୍ୱ ନେବେ । ପ୍ରକାଶଯୋଗ୍ୟ, ଏହି ବିଶ୍ୱକପ୍ ୱିଲିଞମ୍‌ସନ୍ ଓ ସାଉଦିଙ୍କ ଚତୁର୍ଥ ବିଶ୍ୱକପ୍ ହେବ ।

ଘୋଷିତ ଦଳ: କେନ୍ ୱିଲିୟମ୍‌ସନ୍ (ଅଧିନାୟକ), ଟ୍ରେଣ୍ଟ ବୋଲ୍ଟ, ମାର୍କ ଚାପମାନ୍‌, ଡେଭନ୍ କନ୍‌ୱେ, ଟମ୍ ଲାଥମ୍ (ୱିକେଟ୍ କିପର ଓ ଉପ ଅଧିନାୟକ), ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ରଚିନ୍ ରବିନ୍ଦ୍ର, ଜମ୍ମି ନୀଶମ, ଇଶ୍ ସୋଢ଼ି, ମିଚେଲ ସାଣ୍ଟନର୍‌, ଟିମ୍ ସାଉଦି, ଲୋକି ଫର୍ଗୁସନ୍‌, ୱିଲ ୟଙ୍ଗ ଓ ମ୍ୟାଟ୍ଟ ହେନରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking