30.1 C
Bhubaneswar
Monday, May 20, 2024
Homeଖେଳପ୍ରତ୍ୟାବର୍ତ୍ତନରେ ଚମକିଲେ ରାହୁଲ

ପ୍ରତ୍ୟାବର୍ତ୍ତନରେ ଚମକିଲେ ରାହୁଲ

ନୂଆଦିଲ୍ଲୀ: ବିଶ୍ୱକପ୍ ପୂର୍ବରୁ ଭାରତର ନମ୍ବର ୪ ବ୍ୟାଟ୍ସମ୍ୟାନ୍ ନେଇ ଯେଉଁ ଆଲୋଚନା ସମାଲୋଚନା ଚାଲିଥିଲା ତାହାକୁ ରାହୁଲ ଏକ ପ୍ରକାର ବନ୍ଦ କରିଛନ୍ତି । ଦୀର୍ଘ ମାସପରେ ଆହତ ସମସ୍ୟାରୁ ମୁକୁଳିଥିବା ରାହୁଲଙ୍କୁ ପାକିସ୍ତାନ ବିପକ୍ଷରେ ସୁଯୋଗ ଦିଆଯାଇଥିଲା । ଏହି ମ୍ୟାଚ୍‌ରେ ସେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଧୈର୍ଯ୍ୟର ସହ ଖେଳିଥିଲେ । ଏପରିକି ପାକିସ୍ତାନର ଶ୍ରେଷ୍ଠ ବୋଲିଂ ଲାଇନ୍ ଆଗରେ ଉଚ୍ଚକେଟୀର ଖେଳ ପ୍ରଦର୍ଶନ କରିଥିଲେ ।

ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ରେ ସେ ବିପକ୍ଷ ବୋଲରଙ୍କୁ କୌଣସି ସୁଯୋଗ ନଦେଇ ଆକର୍ଷଣୀୟ ଢ଼ଙ୍ଗରେ ଲମ୍ବା ଶଟ୍ ମାନ ମଧ୍ୟ ଖେଳିଥିଲେ । ପ୍ରଥମେ ଅର୍ଦ୍ଧଶତକ ଓ ପରେ ଶତକ ଅର୍ଜନ କରି ସମାଲୋଚକଙ୍କ ମୁହଁ ବନ୍ଦ ମଧ୍ୟ କରିଛନ୍ତି । ଭାରତ ପାଇଁ ପାକିସ୍ତାନ ବିପକ୍ଷ ମ୍ୟାଚ୍ ସବୁଠାରୁ ଅଧିକ ଚାପପୂର୍ଣ୍ଣ ହୋଇଥିବା ବେଳେ ଏହି ମ୍ୟାଚରେ ଅପରାଜିତ ଶତକ ଅର୍ଜନ କରି ରାହୁଲ ନମ୍ବର ଫୋର୍ ପାଇଁ ସମ୍ପୂର୍ଣ୍ଣ ଫିଟ୍ ବୋଲି ପ୍ରମାଣିତ କରିଛନ୍ତି । ବ୍ୟାଟିଂ ପରେ ସେ ୧୧ ଓଭରଠାରୁ ୱିକେଟ୍ କିପିଂ ମଧ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking