28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଜାନୁୟାରୀ ୧୫ରେ ନୂଆ ଭୋଟର ତାଲିକା

ଜାନୁୟାରୀ ୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁୟାରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ସୂଚନା ପ୍ରଦାନ କରିଛନ୍ତି । ନାମ ସଂଶୋଧନ ବା ଯୋଡିବା ପାଇଁ ଡିସେମ୍ବର ୧୫ ମଧ୍ୟରେ ଆବେଦନ କରାଯାଇପାରିବ । ଉଭୟ ଅନଲାଇନ ଏବଂ ଅଫ ଲାଇନରେ ନାମ ସଂଶୋଧନ କରିହେବ । ତାଲିକାରେ ନାମ ଯୋଡିବ, କାଟିବା ଏବଂ ସଂଶୋଧନ କରିହେବ । ଯୋଡିବାକୁ ଫର୍ମ ୬, କାଟିବାକୁ ୭ ଏବଂ ସଂଶୋଧନ ପାଇଁ ୮ରେ କରାଯିବ ଆବେଦନ । ନାମ ଯୋଡିବାକୁ ଫଟୋ, ବାସସ୍ଥାନ ପ୍ରମାଣ ଦେଇ ଆବେଦନ କରିହେବ । ଅନଲାଇନ କିମ୍ବା ବୁଥ୍ ସ୍ତରରେ ପହଂଚି ଆବେଦନ କରାଯାଇପାରିବ । ଡିସେମ୍ବର ୫ ଓ ୬ରେ ବୁଥରେ ରହିବେ ବିଏଲଓ, ଚାଲିବ ସ୍ୱତନ୍ତ୍ର ଅଭିଯାନ । ଆବେଦନ ପତ୍ର ଗୁଡିକୁ ଡିସେମ୍ବର ୧୫ରୁ ଜାନୁୟାରୀ ୫ ମଧ୍ୟରେ ଯାଂଚ ହେବ । ଯାଂଚ ପରେ ଜାନୁୟାରୀ ୧୫ରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking