34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକେବେ ମିଳିବ ଚିନାବାଦାମ ବିହନ ; ଚାଷୀ ହତାଶ , ଶୁଣିବାକୁ କେହି ନାହିଁ

କେବେ ମିଳିବ ଚିନାବାଦାମ ବିହନ ; ଚାଷୀ ହତାଶ , ଶୁଣିବାକୁ କେହି ନାହିଁ

ଯାଜପୁର:  ବର୍ତ୍ତମାନ ଚିନାବାଦାମ ଚାଷ କରିବା ର ସମୟ କିନ୍ତୁ କୃଷି ବିଭାଗ ପକ୍ଷରୁ ରୁ ଚିନାବାଦାମ ବିହନ ଯୋଗାଇ ଦେଉ ନଥିବାରୁ ଚାଷୀ ମାନେ ହତାଶ ହୋଇ ପଡିଛନ୍ତି l ଚାଷ କରିବା ପାଇଁ ବାଧ୍ୟ ହୋଇ ବାହାରୁ ଛଡା ଦାମ ରେ ବିହନ ଆଣି ଚାଷ କରୁଛନ୍ତି l ବିହନ ବୁଣିଲା ପରେ ସେଥି ରୁ ଗଛ ଉଠୁ ନାହିଁ ଚାଷୀ କୁଳ ହତାଶ ହୋଇ ପଡିଛନ୍ତି କୃଷି ବିଭାଗ କାର୍ଯ୍ୟାଳୟ ରେ ଜଣାଇ ଲେ କେହି ଶୁଣୁ ନାହାନ୍ତି l ଜନପ୍ରତିମାନେ ଚାଷୀଙ୍କ ସମସ୍ୟା ପ୍ରତି କର୍ଣ୍ଣ ପାତ କରୁ ନାହାନ୍ତି l କୃଷି ଓ କୃଷକ ମାନଙ୍କ ପାଇଁ ଯୋଜନା ର ଡିଣ୍ଡିମ ପିଟୁ ଥିବା ରାଜ୍ୟ ଓ କେନ୍ଦ୍ର ସରକାର ବିହନ ଯୋଗାଇ ପାରୁନାହାନ୍ତି ଏହାର ଜ୍ୱଳନ୍ତ ଉଦ୍ଧାରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରେ ଚିନାବାଦାମ ମଞ୍ଜି ମିଳୁନି ଚାଷୀ ମାନେ ହତାଶ ହୋଇ ଖୋଲା ବଜାର ରୁ ବିହନ ମଞ୍ଜି କିଣି ଚିନାବାଦାମ ବିଲ ରେ ଲଗାଇ ଛନ୍ତି l ମଞ୍ଜି ରୁ ଗଛ ବାହାରୁ ନାହଁ l
ଚିନାବାଦାମ ଚାଷ କ୍ଷେତ୍ରରେ ଯାଜପୁର ଜିଲାର ରହିଛି ସ୍ୱତନ୍ତ ସ୍ଥାନ ବରୀ ବ୍ଲକ ରେ ଏହି ଚାଷ କରା ଯାଏ ଚଳିତ ବର୍ଷ ବରୀ ଦଶରଥ ପୁର ବନ୍ୟା ରେ ବିଶେଷ କ୍ଷତି ଗ୍ରସ୍ତ ହୋଇଛି l ଚିନାବାଦାମ ଚାଷକୁ ବରଷା ରଖି ଥିଲେ l କିନ୍ତୁ ବିହନ ବାଧକ ସାଜିଛି ଚାଷୀ ହତାଶ ହୋଇ ଚିନ୍ତା ରେ ରହି ଛନ୍ତି l ଚିନାବାଦାମ ବିହନ ଯୋଗାଇବା ନେଇ ସରକାର ଫେଲ ମାରୁଛନ୍ତି । ଚଳିତ ବର୍ଷ ବିହନ ଲଗାଇବା ସମୟ ସରିବାକୁ ବସିଥିବା ବେଳେ ଅଦ୍ୟାବଧି ସରକାରଙ୍କ ବିହନ ପହଞ୍ଚିପାରିଲା ନାହିଁ । ଯାହା ଫଳରେ ଚାଷୀ ଚଢ଼ା ଦରରେ ଖୋଲା ବଜାରରୁ ବିହନ କିଣିବାକୁ ବାଧ୍ୟ ହୋଇଛି । ଜିଲାରେ ମୋଟ ୩୪ ହଜାର କୁଇଣ୍ଟାଲ ବାଦାମ ବିହନ ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ସରକାର ଯୋଗାଇଛନ୍ତି ମାତ୍ର ୩୦୦ କୁଇଣ୍ଟାଲ ବିହନ। ଏଭଳି ସ୍ଥିତିରେ ଚିନାବାଦାମ ଗୁରୁତର ପ୍ରଭାବିତ ହେବା ନେଇ ଆଶଙ୍କା ଦେଖାଦେଇଛି।
ଗଡିଯାଉଛି ଚିନାବାଦାମ ଚାଷର ସମୟ। ଚିନାବାଦାମର କୋଡାଖୁସା ସମୟ ହୋଇଥିଲେ ମଧ୍ୟ ଅଦ୍ୟାବଧି ସରକାର ବିହନ ଯୋଗାଇ ପାରିଲେ ନାହିଁ। ଚାଷୀ ସରକାରୀ ବିହନକୁ ଅନାଇ ଅନାଇ ବିଲ ପଡିଆ ପଡିଲାଣି । ଆଉ କେତେକ ଚାଷୀ ଧାରକରଜ କରି ଚଢ଼ା ଦରରେ ଖୋଲାବଜାରରୁ ବିହନ କିଣିବାକୁ ବାଧ୍ୟ ହୋଇଛନ୍ତି । ପ୍ରତିବର୍ଷ ଏହି ସମସ୍ୟା ଚାଷୀ ଭୋଗୁଥିଲେ ହେଁ ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହାଁନ୍ତି। ଚିନାବାଦାମ ଭଳି ଏକ ଅର୍ଥକାରୀ ଫସଲ ପାଇଁ ସରକାର ବିହନ ଯୋଗାଇ ନ ପାରିବାକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।
ସରକାର ସବୁବେଳେ କୃଷି ଓ କୃଷକ ପ୍ରତି ଗୁରୁତ୍ୱ ଦେଉଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ପରିସ୍ଥିତି ସମ୍ପୁର୍ଣ୍ଣ ଓଲଟା ଚିତ୍ର ଦେଖିବାକୁ ମିଳିଛି । ଯାଜପୁର ଜିଲାର ୧୦ଟି ବ୍ଲକର ୨୩ ହଜାର ୬୦୦ ହେକ୍ଟର ରେ ଚିନାବାଦାମ ଚାଷ ହୋଇଥାଏ । ଏଥିପାଇଁ ଆବଶ୍ୟକ ୩୪ ହଜାର କୁଇଣ୍ଟାଲ ବିହନ । କିନ୍ତୁ ଚଳିତ ବର୍ଷ ସରକାର ଜିଲାକୁ ୨ ହଜାର କୁଇଣ୍ଟାଲ ବିହନ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ମାତ୍ର ୩୦୦ କୁଇଣ୍ଟାଲ ବିହନ ଯୋଗାଇଛନ୍ତି ସରକାର। ସେଥିମଧ୍ୟରୁ ସମବାୟ ସମିତି ମାଧ୍ୟମରେ ୨୪୦ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଇଥିବା ଜଣାପଡିଛି। ଚିନା ବାଦାମ ଚାଷ ସମୟ ସରିବାକୁ ବସିଥିବା ବେଳେ ଅଦ୍ୟାବଧି ଆବଶ୍ୟକ ବିହନ ବିହନ ଯୋଗାଇ ବାରେ କୃଷି ବିଭାଗ ର ଅପାରଗତା ପଦା ରେ ପଡିଛି l ବିହନ ଚାଷ ସାରିବା ପରେ କଣ ମିଳିବ ଚାଷୀ ମାନ ପ୍ରଶ୍ନ କରି ଛନ୍ତି l
ଯୋଗାଇପାରିଲେ ନାହିଁ ସରକାର । ଙ୍କ ଚାଷୀ ମାରନ ନୀତି ପାଇଁ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକୁଛି l
କେନ୍ଦ୍ର ସରକାର ଙ୍କ କୃଷକ ବିରୋଧୀ ବିଲ ପାଇଁ ଆନ୍ଦୋଳନ ଦେଖା ଦେହିଛି ଯାଜପୁର ଜିଲାର ଚିନାବାଦାମ ଚାଷୀଙ୍କଅନ୍ଧୋଲନ ନିଆଁ ରେ ଘିଅ ଢାଳି ବା ସଦୁସ୍ୟ ହେବ ଏଡାଇ ଦିଆ ନ ପରେ ବିହନ ଯୋଗାଇ ଦେବା ଦାବି କରି ଏକାଧିକ କୃଷକ ସଂଗଠନ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବା ଏହିଜିଲ୍ଲା ଚାଷୀ ମାନେ ଆନ୍ଦୋଳନ ପାଇଁ ସଜ ବାଜ ହେଉ ଥିବା ରଲକ୍ଷ କରାଯାଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking