29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଅହମ୍ମଦାବାଦରେ କୋରନାର ନୂଆ ଲକ୍ଷଣ ସାମନାକୁ ଆସିଲା

ଅହମ୍ମଦାବାଦରେ କୋରନାର ନୂଆ ଲକ୍ଷଣ ସାମନାକୁ ଆସିଲା

ଅହମ୍ମଦାବାଦ: ଏବେ ଚାଲିଛି କୋରନା ଦ୍ୱିତୀୟ ଫେଜ । କୁହାଯାଉଛି ଏହାର ସ୍ଥିତି ଆହୁରି ଭୟଙ୍କର ହେବ ଓ ପ୍ରଥମ ଫେଜରେ ଥିବା ଲକ୍ଷଣ ଗୁଡ଼ିକରୁ କିଛି ଭିନ୍ନ ହୋଇପାରେ ଦ୍ୱିତୀୟ ଫେଜ କୋରନା ଲକ୍ଷଣ । ଏହାର ସ୍ଥିତି ଦେଖିବାକୁ ମିଳିଛି ଗୁଜୁରାଟର ଅହମ୍ମଦାବାଦ ଠାରେ । ଏଠାରେ ଯେଉଁ ପରିବାରର ଜଣେ ସଦସ୍ୟଙ୍କୁ କୋରନା ସଂକ୍ରମଣ ହେଉଛି ସେମାନଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ କୋରନା ପଜେଟିଭ ବାହାରୁଛି । ଏପରି ଉଦାହରଣ ୫ଟି ପରିବାରରେ ଦେଖିବାକୁ ମିଳିଛି । ଅହମ୍ବଦାବାଦର ପାଲଡ଼ି ଠାରେ ଏପରି ଘଟଣା ସାମନାକୁ ଆସିଛି । ୩ ଦିନ ମଧ୍ୟରେ ପରିବାରର ଜଣେ ସଦସ୍ୟ ପାଜଟିଭ ହୋଇଥିଲେ । ଏହା ପରେ ସମସ୍ତ ପରିବାରବର୍ଗ କୋଭିଡ଼ ଟେଷ୍ଟ କରାଇବାରୁ ସମସ୍ତେ ପାଜଟିଭ ଥିଲେ ।
ଏହା ଏକ ଭୟାନକ ଲକ୍ଷଣ ବୋଲି ବିରିଷ୍ଠ ଚିକିତ୍ସକ ମାନେ ସୂଚନା ଦେଇଛନ୍ତି । ଏହା କୋରନାରେ ହୋମ ଆଇସୋଲେସନରେ ରହୁଥିବା ବ୍ୟକ୍ତି ମାନଙ୍କ ପାଇଁ ଏକ ବଡ଼ ସମସ୍ୟା । ଏପରି ଏକ୍ଷଣ ବୃଦ୍ଧି ପାଇଲେ ଘରେ ଆଇସୋଲେସନରେ ରହିବା ଆଗକୁ ସମ୍ଭବ ହେବନାହିଁ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking